Odiapua.com

ବିଷଧର ସର୍ପ ଉଦ୍ଧାର, ଦଂଶନରେ ମହିଳା ଆହତ

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରପଦା ଗ୍ରାମର ଶିକ୍ଷକ ବିବେକାନନ୍ଦ ସାମଲଙ୍କ ବାସଭବନରୁ ଆଜି ଏକ ବିଷଧର ସର୍ପ ଉଦ୍ଧାର ହୋଇଛି। ଘରକାର୍ଯ୍ୟ କରୁଥିବା ବେଳେ ପତ୍ନୀ ଅନୁପମା(୪୯)ଙ୍କ ବାମଗୋଡକୁ ସର୍ପ ଦଂଶନ କରିଥିଲା। ଅନୁପମାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଯାଜପୁର ମୁଖ୍ୟଚିକିତ୍ସାଳୟ ଓପରେ ଅବସ୍ଥା ଗୁରୁତର ହେବାକୁ କଟକ ବଡଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି। ବିର୍ଷାକ୍ତ ସର୍ପକୁ ଧରିବାକୁ ଭଦ୍ରକରୁ ସ୍ନେକହେଲପ ଲାଇନର ଶେଖ ମିର୍ଜ୍ଜା ଆସି ସାପକୁ ଉଦ୍ଧାର କରିବା ସହ ବନବିଭାଗକୁ ହସ୍ତାନ୍ତର କରିଥିବା ଜଣାଯାଇଛି।