ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକସହର ସ୍ଥିତଭାଗବତ କଲ୍ୟାଣ ମଣ୍ଡପରେ ଏଆଇସିସିଟିୟୁ ଭଦ୍ରକ ଶାଖା ପକ୍ଷରୁ ଶ୍ରମିକ ଦିବସ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ପ୍ରଫେସର ଅଟଳ ବିହାରୀ ନାୟକ ଯୋଗଦେଇ ଲାଲ ପତାକା ଉତୋଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ପରେ ଏଆଇସିସିଟିୟୁ ସମ୍ପାଦକ ସମର ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବେ ସାହିତ୍ୟିକ ସୁବାଷ ନାୟକ, ଅଖିଳ ଭାରତ ପ୍ରଗତିଶୀଳ ମହିଳା ସମିତିର ଜିଲା ସମ୍ପାଦିକାଜୟନ୍ତୀ ବିଶ୍ୱାଳ, ଶ୍ରମିକ ନେତା ବଳରାମ ରାଉତ, ସିପିଆଇଏମଏଲ ତିହିଡି ବ୍ଳକ ସମ୍ପାଦିକା ଗାୟତ୍ରୀ ବେହେରା ଯୋଗ ଦେଇ ୧୮୮୬ ରେ ଆମେରିକା ଚିକାଗୋ ସହରର ହେ ମାର୍କେଟରେ କାର୍ଯ୍ୟ ସମୟ ୮ ଘଂଟା କରିବା ପାଇଁ ଦାବି କରି ହଜାର ହଜାର ଶ୍ରମିକ ଏକତ୍ରିତ ହୋଇଥିଲେ। ମାଲିକ ଓ ପୋଲିସ ମିଶି ଆନ୍ଦୋନକୁ ଦମନ କରିବା ପାଇଁ ଶ୍ରମିକ ମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ଅନେକ ଶ୍ରମିକ ଶହୀଦ ହୋଇଥିଲେ। ଶେଷରେ ଶ୍ରମିକ ମାନଙ୍କର ବିଜୟ ହୋଇଥିଲା। ପରେ ଦିନକୁ ଶ୍ରମ ସମୟ ୮ ଘଂଟା ପାଇଁ ମଞ୍ଜୁରୀ ମିଳିଥିଲା। ସେବେ ଠାରୁ ଏହି ଦିବସକୁ ବିଶ୍ୱ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି ବୋଲି ମତ ରଖିଥିଲେ। ଶ୍ରମିକ ବିରୋଧି ୪ ଟି ଶ୍ରମ କୋଡ ବାତିଲ, ମାସିକ ସର୍ବନିମ୍ନ ୨୬ ହଜାର ଟଙ୍କା ପ୍ରଦାନ, ସ୍କିମ ଶ୍ରମିକ ମାନଙ୍କୁ ସ୍ଥାୟୀ ଶ୍ରମିକ ମାନ୍ୟତା ପ୍ରଦାନ, ରାଷ୍ଟ୍ରୀୟ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ସମାନ କାମକୁ ସମାନ ମଜୁରୀ ପ୍ରଦାନ, ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଆଦି ବିଭିନ୍ନ ଦାବି ପୂରଣ କରିବାକୁ ଶ୍ରମିକ ନେତା ମାନେ ଦାବି କରଥିଲେ। ଅଜୟ ସେନାପତି, ସୁମିତ୍ରା ମାହୁନ୍ତ, ପପୁନା ପାତ୍ର, ପ୍ରଶାନ୍ତ ନାୟକ, କଳ୍ପନା ରାଉତ, ସରସ୍ୱତୀ ଯେନା, ତ୍ରିନାଥ ଦାସ, ସୁନୀଲ ଦତ, ଶୈଳିନ୍ଦ୍ରୀ ବିଶ୍ୱାଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।