Odiapua.com

ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳିତ

ନୟାଗଡ଼, ୧୩ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) :ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତର ଜେମାଦେଇପୁର ଗତ୍ପିବେଢ ସାତଦେଶ ଖଣ୍ଡାୟତ ପରିଷଦ ଠାରେ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ପରିପ୍ରେକ୍ଷୀରେ ଏକ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମକୁ ନୟାଗଡ଼ ମହିଳା ବିଚାରପତି ପ୍ରଜ୍ୟୋତି ରାଉତ ପରିଚାଳନା କରି କହିଲେଯେ ଶିଶୁ ଶ୍ରମିକ ସାରା ଭାରତ ଏପରିକି ସାରା ବିଶ୍ୱରେ ଏକ ପ୍ରମୁଖ ସମସ୍ୟାଭାବେ ଉଭା ହୋଇଛି। ଆର୍ଥୀକ ଅନଗ୍ରସର ପିତାମାତାମାନେ ନିଜର ସନ୍ତାନକୁ ପାଠ ପଢାଇବା ବଦଳରେ ବଳପୂର୍ବକ ଶିଶୁଶ୍ରମିକ ଭାବେ କାର୍ଯ୍ୟରେ ଲଗାଉଛନ୍ତି। ଯାହାଫଳରେ ସାରା ବିଶ୍ୱରେ ଶିଶୁ ଶ୍ରମିକମାନେ ନିର୍ଯ୍ୟାତିତ ହେଉଛନ୍ତି। ଏହି ବେଆଇନ୍ କାର୍ଯ୍ୟ ବାବଦରେ ବ୍ୟାପକ ଜନସଚେତନତା ଓ ଆଇନରେ ଥିବା ବିଧିବଦ ବିଧି ବ୍ୟବସ୍ଥା ଏବଂ ସରକାରଙ୍କ ଶିଶୁଶ୍ରମିକମାନଙ୍କ ବହୁବିଧ ଜନକଲ୍ୟାଣ ଯୋଜନା ବହୁ ସଚେତନତା ମାଧ୍ୟମରେ ଜନସାଧାରଣଙ୍କ ପାଖରେ ପହଂଚାଇ ପାରୁଛନ୍ତି। ଏହି ବେଇଆଇନ କାର୍ଯ୍ୟ ବାବଦରେ ଜନସଚେତନା ସୃଷ୍ଟି କରିପାରିଲେ ଏହାକୁ ରୋକାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ଅନ୍ୟତମ ଅତିଥିଭାବେ ନରୋତମ ସେଠୀ, ରେଜିଷ୍ଟ୍ରାର ତଥା ପ୍ରିନ୍ସପାଲ ମାଜିଷ୍ଟ୍ରେଟ ଜେଜେବି, ନୟାଗଡ଼, ଶ୍ରୀମତୀ ସଦ୍ୟସ୍ନାତା ପତି ଦେୱାନୀ ଜଜ୍ ତଥା ଏସ୍ଡିଜେଏମ୍ ନୟାଗଡ଼, ଜିଲ୍ଲା ସହ ଶ୍ରମ ଅଧିକାରୀ .ସରପଂଚ ଅନ୍ତର୍ଯ୍ୟାମୀ ଦାସ ପ୍ରମୁଖ ଯୋଗଦେଇ ଏହି ଦିବସର ତାତ୍ପର୍ଯ୍ୟର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ଉକ୍ତ ଶିବିରରେ ସମାଜସେବେୀ ତଥା ଗ୍ରାମୀଣ ଆଇନ୍ ସହାୟତା କର୍ମୀ ପ୍ରଫୁଲ୍ଲ କୁମାର ବେହେରା, ଜ୍ୟୋତ୍ସାରାଣୀ ପଣ୍ଡା, ପ୍ରମୋଦ କୁମାର ମହାନ୍ତି, ପବନ କୁମାର ବେହେରା, ରାଜେଶ କୁମାର ବାରିକ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ପଣ୍ଡା ସଂଯୋଜନା କରିଥିଲେ। ଶେଷରେ ଗ୍ରାମୀଣ ଆଇନ୍ ସହାୟତା କର୍ମୀ ଅମିତା ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।