Odiapua.com

ବିଶ୍ୱ ରେସଲିଂ ଚାମ୍ପିଅନସିପ୍ : ଅଂଶୁ ରଚିଲେ ଇତିହାସ – ଜିତିଲେ ରୌପ୍ୟ ପଦକ, ସରିତାଙ୍କୁ ବ୍ରୋଞ୍ଜ ପଦକ

ନୂଆ ଦିଲ୍ଲୀ ୮ -୧୦ (ଓଡ଼ିଆ ପୁଅ) ଗୁରୁବାର ଅଂଶୁ ମଲ୍ଲିକ ବିଶ୍ୱ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ରେସଲର ହୋଇ ଇତିହାସ ସୃଷ୍ଟି କରିଛନ୍ତି।

ନରୱେର ଓସଲୋରେ ଚାଲିଥିବା ବିଶ୍ୱ ଚାମ୍ପିଅନସିପ୍‌ରେ ୨୦ ବର୍ଷୀୟ ଅଂଶୁ ତାଙ୍କର ଶେଷ ମ୍ୟାଚ୍ ୧-୪ ରେ ଦୁଇଥର ଅଲିମ୍ପିକ୍ ପଦକ ବିଜେତା ହେଲେନ ମାରୁଲିସ୍‌ ଙ୍କୁ ହରାଇଥିଲେ। ଏହି ସମୟରେ ଅନ୍ୟ ଜଣେ ଭାରତୀୟ ରେସଲର ସରିତା ମୋର୍ (୫୯ କିଲୋଗ୍ରାମ) ମଧ୍ୟ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି।

ବୁଧବାର ମହିଳା ୫୭ କିଲୋଗ୍ରାମ ସେମିଫାଇନାଲରେ ଅଂଶୁ ୟୁକ୍ରେନର ୟୁରୋପୀୟ ରୌପ୍ୟ ପଦକ ବିଜେତା ସୋଲୋମିୟା ଭିନିକଙ୍କୁ ପରାସ୍ତ କରିଥିଲେ।

କ୍ୟାଡେଟ୍ ୱାର୍ଲ୍ଡ ଚାମ୍ପିଅନ୍ ଜୁନିଅର୍ ୱାର୍ଲ୍ଡ ସିଲଭର ପଦକ ବିଜେତା ଅଂଶୁ ତୃତୀୟ ଭାରତୀୟ ଯିଏକି ୨୦୧୦ ଚାମ୍ପିଅନ୍ ସୁଶୀଲ କୁମାର, ୨୦୧୮ ରୌପ୍ୟ ପଦକ ବିଜେତା ବଜରଙ୍ଗ ପୁନିଆଙ୍କ ପରେ ବିଶ୍ୱ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରିଥିଲେ।

ଅତୀତରେ ବ୍ରୋଞ୍ଜ ପଦକ ଜିତିଥିବା ଅନ୍ୟ ଭାରତୀୟ ମହିଳା କୁସ୍ତିଯୋଦ୍ଧାମାନେ ହେଉଛନ୍ତି ଗୀତା ଫୋଗଟ୍ (୨୦୧୨), ବବିତା ଫୋଗଟ୍ (୨୦୧୨), ପୂଜା ଧାଣ୍ଡା (୨୦୧୮), ଭିନେଶ ଫୋଗଟ୍ (୨୦୧୯)।