Odiapua.com

ବିଶ୍ୱ ମାତୃ ସ୍ତନ୍ୟପାନ ସପ୍ତାହ ପାଳିତ

ନୟାଗଡ଼, ୭ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତର ଜେମାଦେଇପୁର ଗଣ୍ଡିବେଢ ସାତଦେଶ ଖଣ୍ଡାୟତ ପରିଷଦ ଠାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି। ନୟାଗଡ଼ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଦିବସରେ଼ ସିଡିପିଓ ଆରତୀ ତ୍ରିପାଠୀ, ସ୍ଥାନୀୟ ସରପଂଚ ଅନ୍ତର୍ଯ୍ୟାମୀ ଦାସ. ସୁପରଭାଇଜର ପ୍ରତିମା ସେଠୀ ଓ ସୌମ୍ୟଶ୍ରୀ ମହାପାତ୍ର, ଏଏନ୍ ଏମ୍ ସନ୍ତୋଷିନୀ ଶତପଥୀ, ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ, ଆଶାକର୍ମୀମାନେ ଯୋଗଦେଇଥିଲେ। ମା’କ୍ଷୀର ଜନ୍ମଜାତ ଶିଶୁର ପ୍ରକୃତ ଆଧାର ଯାହାକି ଶିଶୁକୁ ନିରୋଗ ରଖିବା ପାଇଁ ସାହାର୍ଯ୍ୟ କରିଥାଏ ବୋଲି ଅତିଥିମାନେ କହିବା ସହିତ ଶିଶୁମାନେ କିପରି ଏକଘଂଟା ମଧ୍ୟରେ ମା’କ୍ଷୀର ସୁବିଧାରେ ଖାଇ ପାରିବେ, ଶିଶୁକୁ ୬ମାସ ପରେ ଅନ୍ୟାନ୍ୟ ଖାଦ୍ୟ ଖାଇବାକୁ ଦେଲେ ମଧ୍ୟ ୨ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା, ଉପଯୁକ୍ତ ୍ ବୟସରେ ବିବାହ ଓ ମାତୃତ୍ୱର ବିଭିନ୍ନ ଦିଗ.ଶିଶୁ ମା’ର କଷକ୍ଷୀର ପାନ କଲେ କିପରି ମାରାତ୍ମକ ରୋଗରୁ ରକ୍ଷା ପାଇବା, ଏବଂ ବିଶେଷକରି ମା’କ୍ଷୀର ଶିଶୁପାଇଁ ବରଦାନ ସଦୃଶ ବୋଲି ବୁଝାଇଥିଲେ। ଏହାସହିତ ମା’ମାନେ ସ୍ତନ୍ୟପାନ ସମୟରେ ପ୍ରାକୃତିକ ଗର୍ଭ ନିରୋଧ ମିଳିଥାଏ, ଏବଂ ଜରାୟୁ ଓ ସ୍ତନ କର୍ଳଟ ରୋଗରୁ ମୁକ୍ତି ମିଳିଥାଏ ବୋଲି ଅତିଥିମାେନେ ପ୍ରକାଶ କରିଥିଲେ। ଏହି ପରିପ୍ରକ୍ଷୀରେ ୧ବର୍ଷର ଶିଶୁଙ୍କୁ ନେଇ ବେବି ସୋ, ଗର୍ଭବତୀ, ପ୍ରସୂତୀମାନଙ୍କୁ ନେଇ କୁଇଜ୍ ପ୍ରତିଯୋଗୀତା ହେବା ସହ ସ୍ତନ୍ୟପାନ ସମ୍ପର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏସମ୍ପର୍କରେ ସଚେତନତା ଆଣିବା ପାଇଁ ଏକ ଶୋଭାଯାତ୍ରା କରାଯାଇଥିଲା। ସେହିପରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ମିଶନ ଶକ୍ତି ଭବନରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଛି।