Odiapua.com

ବିଶ୍ୱ ମହିଳା ଦିବସ ପାଳିତ, ମହିଳାମାନେ ପୁରୁଷଙ୍କଠାରୁ କମ୍ ନୁହଁନ୍ତି

ଭଦ୍ରକ, ୮ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଆଶାକର୍ମୀ ସଂଘ, ଅଙ୍ଗନୱାଡି ସଂଘ ଏବଂ ବିଏମ୍‌ଏସ୍‌ସ୍ଥାନୀୟ ବାଲଗୋପାଲ ମନ୍ଦି ସଭା ଗୃହରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି। ସଭାରେ ବିଏମ୍‌ଏସ୍‌ର ଜିଲ୍ଲା ସମ୍ପାଦକ ମୁକ୍ତିକାନ୍ତ ସାହୁ ସଭାପତିତ୍ୱ କରିଥିଲେ। ଏହି ସଭାରେ ବିଏମ୍‌ଏସ୍‌ର ଜିଲ୍ଲା ସଭାପତି ମନୋଜ ବସନ୍ତରାୟ, ମହିଳା ସଂଗଠନର ବରିଷ୍ଠ କର୍ମକର୍ତ୍ତା ଜାନକୀ ଦାସ ଅତିଥି ଭାବେ ଯୋଗ ଦେଇ ଆର୍ନ୍ତଜାତିକ ମହିଳା ଦିବସର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂର୍ପକରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଜିର ଦିନରେ ମହିଳାମାନେ ପୁରୁଷଙ୍କ ଠାରୁ କୌଣସି କ୍ଷେତ୍ରରେ କମ୍ ନୁହନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ। ମହିଳାମାନେ ଅଧିକରୁ ଅଧିକ ଘରୋଇ ହିଂସାର ସମ୍ମୁଖୀନ ହେଉଛନ୍ତି। ଏହାର ନିରାକରଣ ପାଇଁ ସାମାଜିକ ସଚେତନତା ଅତ୍ରନ୍ତ ଜରୁରୀ ହୋଇ ପଡ଼ିଛି। ପ୍ରଥମେ ନିଜ ପରିବାରର ସଦସ୍ୟ ସଚେତନ ହେବା ସାହିତ ପଡୋଶୀଙ୍କୁ ସଚେତନ କରାଇବା ମାନବିକ କର୍ତ୍ତବ୍ୟ ବୋଲି ଭାବିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ସଭାରେ ଅନ୍ୟମାନଙ୍କ ମଧ୍ୟରେ ସୁଜାତା ଜେନା, ଅନ୍ନପୂର୍ଣ୍ଣା ବିଶ୍ୱାଳ, ରୀନାରାଣି ସାହୁ, ଆରତୀ ପଣ୍ଡା, ଲକ୍ଷ୍ମୀପ୍ରିୟା ରାଉତ, ନିରୁୁପମା ପତ୍ରୀ, ବସନ୍ତ ରାଉତ, ବାଇଧର ଶତପଥୀ, ବିଏମ୍‌ଏସ୍‌ର ସଂଗଠନ ସମ୍ପାଦକ ପରେଶ ନାଥ ଧଳ ପ୍ରମୁକ ଉପସ୍ଥିତ ରହିଥିଲେ।