Odiapua.com

ବିଶ୍ୱ ମଧୁମେହ ଦିବସ ପାଳିତ

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ଡ଼ାକ୍ତର ସନ୍ତୋଷ କୁମାର ଜେନା । ଏହି ଦିବସ ପାଳନ ଅବସରରେ ମଧୁମେହ ରୋଗର ଲକ୍ଷଣ, ପ୍ରକାର ଭେଦ, ଚିକିତ୍ସା ଏବଂ ନିରାକରଣ ବିଷୟରେ ସବିଶେଷ ଆଲୋଚନା କରିଥିଲେ ଡ଼ାକ୍ତର ଭାରତ ଚନ୍ଦ୍ର ସାମଲ, ବରିଷ୍ଠ ଭେଷଜ ବିଶେଷଜ୍ଞ, ଡ଼ାକ୍ତର ବିଜୟ କୁମାର ପଣ୍ଡା, ବରିଷ୍ଠ ଭେଷଜ ବିଶେଷଜ୍ଞ, ସୁଶ୍ରୀ ସରିତା ମହାପାତ୍ର, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା, ନିଲେଶ୍ ପଟ୍ଟନାୟକ, ଜିଲ୍ଲା ଆକାଉଣ୍ଟ ପରିଚାଳକ, କଳ୍ପନା ସାମଲ, ଗୋଷ୍ଠୀ ପରିଚରିକା, ଦୀପକ ରାଉତ, ଅଣସଂକ୍ରାମକ ରୋଗ ମେନେଜର, ଅଭିଳାଷ ପାଣିଗ୍ରାହୀ, ଅତିରିକ୍ତ ମେନେଜର, ତପନ ମହାପାତ୍ର, ଜିଲ୍ଲା କୁଷ୍ଠ ସଂଯୋଜକ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ ଯୋଗଦାନ କରିଥିଲେ ।