ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ଭିନ୍ନକ୍ଷମ ଦିବସରେ ଧାମରା ଅଂଚଳର ସୁସାହିତ୍ୟିକ ଙ୍କୁ ଦିବ୍ୟାଙ୍ଗ ମୈତ୍ରୀ ସମ୍ମାନରେ ସମାନୀତ କରାଯାଇଛି। ଏହି ଉପଲକ୍ଷେ ଜାଜପୁର ଜିଲ୍ଲା ଧର୍ମଶାଳା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଜାତୀୟ ହୁଇଲ ଚେୟାର କ୍ରିକେଟ ଟୁର୍ଣାମେଂଟର ଉଦଯାପିତ ଉତ୍ସବରେ ଶିକ୍ଷକ ସୁକାନ୍ତ ସେଠୀଙ୍କୁ ଏହି ସମ୍ମାନରେ ସମାନୀତ କରାଯାଇଛି। ସଂପୃକ୍ତ ଶିକ୍ଷକ ଜଣେ ପ୍ରାଥମିକ ଶିକ୍ଷକ ହୋଇଥିବା ବେଳେ ସମାଜର ଅସହାୟ ଏବଂ ଦିବ୍ୟାଙ୍ଗ ମାନଙ୍କ ପାଇଁ ଥିବା ଉର୍ତ୍ସଗୀକୃତ ସେବା ,ସାହାଯ୍ୟ, ସହଯୋଗ ଉବଂ ତ୍ୟାଗ ପାଇଁ ତାଙ୍କୁ ଏହି ସମ୍ମାନରେ ସମାନୀତ କରାଯାଇଛି। ହୋଇଥିବା ସମାରୋହରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଡ.ଦିନେଶ କୁମାର ମହାନ୍ତି, ଜାତୀୟ ହୁଇଲ ଚେୟାର କ୍ରିକେଟ ସଂଘର ସଭାପତି ଅଭୟ କୁମାର ସିଂ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ମାନପତ୍ର ସହ ଉପଢୌକନ ଆଦି ପ୍ରଦାନ କରିଥିଲେ। ଶିକ୍ଷକ ସେଠୀ ଏହା ପୂର୍ବରୁ ପ୍ରକୃତିର ସୁରକ୍ଷା ପାଇଁ ପ୍ରକୃତି ବନ୍ଧୁ ଓ ସାହିତ୍ୟ ପାଇଁ ଯୁବ ପୁରସ୍କାର ରେ ସମ୍ମାନୀତ ହୋଇଥିଲେ।