Odiapua.com

ବିଶ୍ୱ ଭିନ୍ନକ୍ଷମ ଦିବସରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବି

ନୟାଗଡ଼, ୩ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଓଡ଼ିଶା ସ୍ପେସିଆଲ ଏକ୍ସୁକେଟର ଫେଡେରେସନ ଫର ଦିବ୍ୟାଙ୍ଗ (ଓଏସ୍ ଇଏଫଡି) ସଂଘ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭିନ୍ନକ୍ଷମ ଦିବସରେ ଭିନ୍ନକ୍ଷମମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିବାବେଳେ ଭିନ୍ନକ୍ଷମମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ସହ ଭିନ୍ନକ୍ଷମ ପିଲାଙ୍କ ଶିକ୍ଷା ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ସଂଘ ଦାବି କରିଛି। ଅନ୍ତର୍ନିବେଶୀ ଶିକ୍ଷା ଅନୁସାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ସାଧାରଣ ବିଦ୍ୟାଳୟରେ ପାଠ ପଢିବା ପାଇଁ ନାମ ଲେଖାଇଥିବାବେଳେ ସେମାନଙ୍କୁ ଶିକ୍ଷା ଦେବାର ସ୍ୱତନ୍ତ୍ ଶିକ୍ଷକର ବ୍ୟବସ୍ଥା ନଥିବାବେଳେ କେବଳ ବ୍ଳକରେ ୨ଜଣ ବିଆରଟିଙ୍କୁ ନିଯୁୁକ୍ତି ଦିଆଯାଇ ବ୍ଳକସାରା ବୁଲି ବୁଲି ପାଠ ପଢାଇବା ପାଇଁ ବ୍ୟବସ୍ଥା କରାଇଛନ୍ତି। ଯାହା ମାତ୍ର ୨ଜଣ ଶିକ୍ଷକରେ ବ୍ଳକର ସମୁଦାୟ ପିଲା ପାଠ ପଢିବା ସମ୍ଭବ ନୁହେଁ ବୋଲି ସଂଘ କହିଛି। ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଯଦି ସରକାର ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନକରନ୍ତି ତେବେ ଏକ ବଡ଼ ଧରଣର ଆନ୍ଦୋଳନ କରିବାକୁ ସଂଘ ଚେତାବନୀ ଦେଇଛି।