Odiapua.com

ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ବନ୍ତ ବ୍ଲକ ପଚାଂୟତ ଉଚ୍ଚ ବିଦ୍ୟାଳୟ ପଧାନପଡା ପରିସରରେ ପାଳିତ ହୋଇଯାଇଛି । ଏଥିରେ ଷ୍ଟେଟ ରିସୋର୍ସ କୋଡିନେଟର ତଥା ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷକ ଅରୁଣ କୁମାର ବାରିକଙ୍କୁ ପ୍ରଥମେ ବିଦ୍ୟାଳୟ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଶ୍ରୀ ବାରିକଙ୍କ ସଂଯୋଜନାରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ପରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ, ସାଧାରଣ ଜ୍ଞାନ, ତର୍କ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇଥିଲା । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଭେନ୍ଦୁ ଶେଖର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ସେକ ଜଲ୍ଲାଲୁଦିନ ଓ ମୁଖ୍ୟବକ୍ତା ବନବିହାରୀ ସରକାରୀ ନୋଡାଲ୍ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେନ୍ଦ୍ର କୁମାର ସାହୁ ଏବଂ ସମ୍ମାନିତ ଅତିଥି ବନବିହାରୀ ସରକାରୀ ନୋଡାଲ୍ ଉପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ସତ୍ୟରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ଶିକ୍ଷକ ଜାହାରୁଦିନ ସାହାଜୀ, ହେମନ୍ତ କୁମାର ପରିଡା,ଜଗନ୍ନାଥ ଦ୍ୱିବେଦୀ, ସେକ୍ ସାବିର, ସେକ୍ ରିହାଜ ଅଲ୍ଲୀ, ରମାକାନ୍ତ ଜେନା, ପ୍ରଫୁଲ ଜେନା, କର୍ମଚାରୀ ଶରତ ସାହୁ, ବୁଦ୍ଧିରାମ ସାହୁ, ନେଜାମୁଦିନ ଖାଁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।