Odiapua.com

ବିଶ୍ୱ ପ୍ରତିବେଶୀ ଦିବସ ପାଳିତ

ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଦଳି ଯାଉଛି ସମ୍ପର୍କର ପରିଭାଷା । ହଜି ଯାଉଛି ପଡ଼ୋଶୀଙ୍କ ସହ ସମ୍ପର୍କର ମଧୁରତା । ଦୂରତା ବଢ଼ିଚାଲିଛି ଆତ୍ମୀୟ ଲୋକଙ୍କ ଭିତରେ । ଏହି ପରିପ୍ରେକ୍ଷୀରେ ଭଦ୍ରକ ମାଟିର ଅନନ୍ୟ ବ୍ୟକ୍ତିତ୍ୱ, ଅନେକ ସଂସ୍କାରର ସୃଷ୍ଟିକର୍ତ୍ତା, ସମାଜସେବୀ, ମାନବାଧିକାର କର୍ମୀ ତଥା ଉଚ୍ଚତମ ନ୍ୟାୟାଳୟର ଅଧିବକ୍ତା ଶ୍ରୀଯୁକ୍ତ ରାଧାକାନ୍ତ ତ୍ରିପାଠୀଙ୍କ ଅଭିନବ ପ୍ରୟାସ ସ୍ୱରୂପ ଅକ୍ଟୋବର ୧୫ ତାରିଖକୁ “ବିଶ୍ୱ ପ୍ରତିବେଶୀ” ଦିବସ ରୂପେ ପାଳନ କରାଯାଉଅଛି । ଚଳିତବର୍ଷ ଭଦ୍ରକ ବ୍ଲକ ଅର୍ନ୍ତଗତ ଗୁଜିଦରଡ଼ା ଗ୍ରାମ ପଞ୍ଚାୟତର ହବିବ୍ ନଗର ଠାରେ ପାଳିତ ହୋଇଯାଇଅଛି । କୋରନା ମହାମାରୀ ସାରା ବିଶ୍ୱକୁ ଆତଙ୍କିତ କରିଥିବାବେଳେ ସ୍ଥାନୀୟ ଅଞ୍ଚଳର ଭିନ୍ନକ୍ଷମ ମାନଙ୍କୁ ଶ୍ରୀଯୁକ୍ତ ତ୍ରିପାଠୀ ଏକମାସର ରାସନ ସାମଗ୍ରୀ ଯୋଗାଇ ଦେବା ସହିତ ସେମାନଙ୍କ ଜୀବନ ଧାରଣ ନିମନ୍ତେ ଆବଶ୍ୟକତାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନର ଦୃଷ୍ଟି ଆର୍କଷଣ କରିବେ । ତତ୍ପରେ ତା’ର ସମାଧାନ ହୋଇ ନ ପାରିଲେ ଜାତୀୟ ମାନବାଧିକାର ଆୟୋଗ ମାଧ୍ୟମରେ ତାହାର ସମାଧାନ କରିବେ ବୋଲି ସେ ପ୍ରତିଶୃତି ଦେଲେ । ଆଜିର ଦିବସରେ ହଜି ଯାଇଥିବା ପଡ଼ୋଶୀଙ୍କ ସମ୍ପର୍କକୁ ଫେରାଇ ସଦ୍‌ଭାବନା ଓ ଭାଇଚାରାର ବାର୍ତ୍ତା ସାରା ବିଶ୍ୱକୁ ଦେବାପାଇଁ କରିଥିବା ପ୍ରଚେଷ୍ଟାକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଶଂସା କରିଛନ୍ତି । ଏହା ମଧ୍ୟ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସରେ ସ୍ଥାନିତ ହୋଇଛି । ଉକ୍ତ କାର୍ଯ୍ୟର ସୁପରିଚାଳନା ପାଇଁ ଅର୍ଣ୍ଣପାଳରୁ ସମାଜସେବୀ ଜଗନ୍ନାଥ କର, ଗୁଜିଦରଡ଼ାରୁ ସକିଲ ଅହମ୍ମଦ, ସେକ୍ ଆଜିମୁଦ୍ଦିନ୍‌, ସେକ୍ ମଜଫୁର, ପ୍ରଶାନ୍ତ ଜେନା ପ୍ରମୁଖ ଯୋଗଦାନ କରିଥିଲେ ।