Odiapua.com

ବିଶ୍ୱ ନୟନର ତୃତୀୟ ସଂଖ୍ୟା ଉନ୍ମୋଚନ

ପୁରୀ, ୨୬।୧୨ (ଓଡ଼ିଆ ପୁଅ) ଶ୍ରୀ ବିଶ୍ୱନୟନ ଐଶ୍ୱରୀୟ ଟ୍ରଷ୍ଟ ପକ୍ଷରୁ ପୁରୀ ଜିଲ୍ଲା ସଂସ୍କୃତି ଭବନରେ ରାଜ୍ୟ ସ୍ତରୀୟ କବି ଲେଖକ ସମାବେଶ ଅନୁଷ୍ଠିତ ହୋଇଛି। ଆଧ୍ୟାତ୍ମିକ ପତ୍ରିକା ବିଶ୍ୱ ନୟନର ତୃତୀୟ ସଂଖ୍ୟା ଉନ୍ମୋଚନ କରାଯାଇଛି। ଦିଵ୍ୟ ଜୀବନ ସଙ୍ଘର ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ସ୍ୱାରସ୍ବତ ସମାରୋହ ଉଦଘାଟନ କରିଥିଲେ। ସମାଜରେ ଆଧ୍ୟାତ୍ମିକ ଜାଗରଣ ପାଇଁ କବି ଓ ଲେଖକଙ୍କ ଭୂମିକା ପ୍ରମୂଖ ଥିବା ବକ୍ତାମାନେ ପ୍ରକାଶ କରିଥିଲେ। ଗଠନ ମୂଳକ ସାହିତ୍ୟ ସୃଷ୍ଟି ଦ୍ୱାରା ସମାଜରେ ଶାନ୍ତି ଓ ସଦଭାବ ପ୍ରତିଷ୍ଠା ହୋଇ ପାରିବ ବୋଲି କବିମାନେ ମତ ପ୍ରକାଶ କରିଥିଲେ। ଡ଼ାକ୍ତର ସପନେଶ୍ବର ପଣ୍ଡା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟ କ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କବି, ଲେଖକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସର ରେ ବିଭିନ୍ନ ଆଧ୍ୟାତ୍ମିକ, ଗଳ୍ପ, ଶିଶୁ କବିତା ପୁସ୍ତକ ଉନ୍ମୋଚିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ଯୁବ ସମାଜସେବୀ ରାକେଶ କୁମାର ପ୍ରଧାନ।