Odiapua.com

ବିଶ୍ୱ ନିମୋନିଆ ଦିବସ ପାଳିତ

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିମୋନିଆ ରୋଗ ସମ୍ବନ୍ଧରେ ସଚେତନତା ବୃଦ୍ଧି, ଏହି ରୋଗର ସହଳ ନିରୁପଣ, ଚିକିତ୍ସା ଦ୍ୱାରା ଏହି ରୋଗରେ ହେଉଥିବା ଶିଶୁ ମୃତ୍ୟୁହାର ହ୍ରାସ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ମାସ ୧୨ ତାରିଖକୁ ବିଶ୍ୱ ନିମୋନିଆ ଦିବସ ଭାବେ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ନଭେମ୍ବର ୧୨ ତାରିଖ ଶନିବାର ଦିନ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ଏହି ଦିବସ ପାଳନ କରାଯାଇଥିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏହା ପାଳନ କରାଯାଇଛି। ଏହି ରୋଗର ନିରାକରଣ ଉଦ୍ଦେଶ୍ୟରେ ନଭେମ୍ବର ୧୨ରୁ ଫେବୃୟାରୀ ୨୮ ପର୍ଯ୍ୟନ୍ତ ହେବାକୁ ଥିବା ଅଭିଯାନ କୁ ସଫଳ କରାଇବା ପାଇଁ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଏବଂ କର୍ମକର୍ତ୍ତା ମାନଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଟୀକାକରଣ, ବାରମ୍ବାର ହାତଧୋଇବା, ସ୍ତନ୍ୟପାନ ଜନ୍ମରୁ ୬ମାସ ଯାଏଁ ସଫଳ କରାଇବା, ୬ ମାସ ପରେ ମା କ୍ଷୀର ପରିପୂରକ ଖାଦ୍ୟଦେବା, ପ୍ରଦୂଷଣକୁ କମ୍ କରାଇବା, ଅପପୁଷ୍ଟି କରାଇ ନ ଦେବା, ସଠିକ୍ ସମୟରେ ଚିକିତ୍ସା କରାଇବା ଆଦି ପଦକ୍ଷେପ ଦ୍ୱାରା ଏହି ରୋଗର ପ୍ରତିରୋଧ କରାଯାଇପାରେ। ସୂଚନା ଯୋଗ୍ୟକି ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସବୁ ବର୍ଗର ବ୍ୟକ୍ତିଙ୍କ ଠାରେ ଏହି ନିମୋନିଆ ରୋଗ ହୋଇଥାଏ। ୫ ବର୍ଷରୁ କମ୍ ଶିଶୁଙ୍କ ପାଇଁ ଏହା ଏକ ପ୍ରମୁଖ ରୋଗ ଭାବେ ଉଭା ହୋଇଛି। ସୂଚନା ଯୋଗ୍ୟକି ସଚେତନତା ଉଦ୍ଦେଶ୍ୟରେ ୨୦୧୦ରୁ ଏହି ଦିବସ ପାଳିତ ହୋଇ ଆସୁଛି। ୨୦୧୩ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ୟୁନିସେଫ୍ ନିମୋନିଆ ପ୍ରତିରୋଧ ଓ ନିୟନ୍ତ୍ରଣ ନିମନ୍ତେ ଇଣ୍ଟିଗ୍ରେଟେଡ଼୍ ଗ୍ଲୋବାଲ ଆକ୍ସନ୍ ପ୍ଲାନ୍ ଜାରିହେଲା। ୨୦୨୫ ବେଳକୁ ପ୍ରତ୍ୟେକ ଦେଶରେ ଜନ୍ମିତ ପ୍ରତି ୧୦୦୦ ଶିଶୁରେ ୩ ଜଣରୁ ଅଧିକ ନିମୋନିଆରେ ପ୍ରାଣ ହାରିବେ ନାହିଁ ବୋଲି ଲକ୍ଷ୍ୟ ସ୍ଥିର କରାଯାଇଥିଲା।