Odiapua.com

ବିଶ୍ୱ ଜନସଂଖ୍ୟା ଦିବସ ଅବସରେ ଜନସଂଖ୍ୟା ନିୟନ୍ତ୍ରଣ ଜନ ସଚେତନତା ରଥ ଉଦଘାଟିତ ।

ମାଲକାନଗିରି,୧୧ା୭ ( ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଠାରେ ବିଶ୍ୱଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଅବସରେ ବିଶ୍ୱଜନସଂଖ୍ୟା ନିୟନ୍ତ୍ରଣ ଜନ ସଚେତନତା ରଥ କୁ ଭାରପ୍ରାପ୍ତ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ସନ୍ଧ୍ୟାରାଣୀ ପଟନାୟକ ସବୁଜପତକା ଦେଖାଇ ଉଦଘାଟନ କରିଛନ୍ତି । ଏହି ରଥ ଟିମାଲକାନଗିରି,କାଲିମେଳା,ପଡିଆ, ଚିତ୍ରକୋଣ୍ଡା, କୋରକୁଣ୍ଡା, ଖଇରପୁଟ,ମାଥିଲି ସାତଟି ଯାକବ୍ଲକର ବିଭିନ୍ନ ପଚାଂୟତ ଓ ଗ୍ରାମ ପରିକ୍ରମା କରି ଜନସଂଖ୍ୟା ବୃଦ୍ଧି ହେବାଦ୍ୱାରା କଣ ସବୁ ସମସ୍ୟା ସୃଷ୍ଟି ହୁଏ ଓ ବିଶ୍ୱଜନସଂଖ୍ୟା ନିୟନ୍ତ୍ରଣ ସଂପର୍କରେ ଜନସଚେତନତାର ବାର୍ତାଦେବା ଆରମ୍ଭ କରିଦେଇଛି । ଜିଲ୍ଲା ଚିକିତ୍ସାଳୟ ପରିସର ସମ୍ମିଳନୀ ଗୃହରେ ଭାରପ୍ରାପ୍ତ ସିଡିଏମଓ ଶ୍ରୀମତୀ ପଟନାୟକ ଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଜନସଂଖ୍ୟା ଦିବସ ସଂପର୍କରେ ଏକ ବୈଠକର ଆୟୋଜନ କରାଯାଇଥିଲା । ସାରା ବିଶ୍ୱରେ ଧିରେ ଧିର ଜନସଂଖ୍ୟାରେ ବୃଦ୍ଧିପାଇ ଦ୍ୱତୀୟ ସ୍ଥାନରେ ରହିଛି,ଏହା ଭାରତ ବାସୀଙ୍କ ପାଇଁ ସୁଭଙ୍କର ଲକ୍ଷଣ ନୁହଁ, ତେଣୁ ିଆମେ ଦୁଇ ଆମର ଦୁଇ ଏହି ନିୟମ ସମସ୍ତେ ପାଳନ କରି ପରିବାର ନିୟନ୍ତ୍ରଣ ଯୋଜନା କରିବା ଜରୁରୀ ହୋଇ ପଡିଛିବୋଲି ବୈଠକରେ ଅତିଥି ମାନେ ମତ ଉପସ୍ଥାପନ କରିବା ସହ ଓରାଲ ପିଲ,ସିସି ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଏଡିଏମଓ ମେଡିକାଲ ଡାକ୍ତର ଅନୀଲ କୁମାର ମିଶ୍ର,ଏଡିପିଏଚଓ ଡା.ଶଶିଭୁଷଣ ମହାପାତ୍ର,ଭାରପ୍ରାପ୍ତ ଡିପିଏମ ବନବିହାରୀ ମିଶ୍ର, ଡାକ୍ତରଖାନା ପରିଚାଳକ ଶଶାଙ୍କ ସେଖର ପଣ୍ଡିତ୍ରା ସହିତ ଅନ୍ୟାନ ଡାକ୍ତର ସ୍ୱାସ୍ଥ୍ୟକର୍ମୀ କୋଭିଡ ନିୟମ ପାଳନକରି ଉପସ୍ଥିତ ଥିଲେ । ମୁଖ୍ୟସେବିକା ଶ୍ରୀମତୀ ଚାମେଲି ମଣ୍ଡଳ,ବରିଷ୍ଟ ସେବିକା ଶ୍ରୀମତୀ ସଜୁଂକ୍ତା ସେଠୀ,ରୁକ୍ମଣୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।