Odiapua.com

ବିଶ୍ୱାସ ଫାଉଣ୍ଡେସନର ସେବା କାର୍ଯ୍ୟ

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତର ଅଗ୍ରଣୀ ସ୍ୱେଚ୍ଚାସେବୀ ସଂଗଠନ ବିଶ୍ୱାସ ଫାଉଣ୍ଡେସନ ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କ ରଥ ଓ ବାହୁଡା ଯାତ୍ରା ଅବସରରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ବଟଂନ ସହ ବିଭିନ୍ନ ସେବା କାର୍ଯ୍ୟ କରାଯାଇଛି । ଫାଉଣ୍ଡେସନର ସଭାପତି ଜିତେନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ରତନ ମିଶ୍ର, ତପନ ମହାନ୍ତି, ନିଲେଶ ବାରିକ, ଶରତ ପଲେଇ,ସତ୍ୟବ୍ରତ ମଲ୍ଲିକ, ବ୍ରଜ ମୋହନ ରାଉତ ପ୍ରମୁଖ ସେବା କାର୍ଯ୍ୟରେ ସାମିଲ୍ ଥିଲେ । ରଥ ଟଣା ବେଳେ ଆହତଙ୍କୁ ଚିକିତ୍ସା ସେବା କ୍ଷେତ୍ରରେ ସହଯୋଗ କରିବା ସହ ପ୍ରସାଦ ବଟଂନ କାର୍ଯ୍ୟକୁ ଅଚଂଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି ।