Odiapua.com

ବିଶ୍ୱାସ ନହେଲେ ବି ସତ : ଆଖି ପିଛୁଳାକେ ଉଭେଇଯାଉଛି ନଈ, ଅଦୃଶ୍ୟ ଦେଉଛି ନଈ ଧାର – ଦେଖନ୍ତୁ ଭିଡ଼ିଓ

ନୂଆ ଦିଲ୍ଲୀ ୩-୧ (ଓଡ଼ିଆ ପୁଅ) ବିଶ୍ୱାସ କରୁ ନାହାନ୍ତି କି? କିନ୍ତୁ ସତ। ଆଖି ପିଛୁଳାକେ ଉଭେଇଗଲା ନଈ। ଆପଣ ଦେଖନ୍ତୁ ତଲେ ସେୟାର କରାଯାଇଛି ଭିଡ଼ିଓ। ଏବେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁତ ସେୟାର ହେଉଛି।

ଅଦୃଶ୍ୟ ହେଉଛି ନଈ ଧାର, ଏତେ ଥଣ୍ଡା ତାପମାତ୍ରାଯେ, ତୁରନ୍ତ ନଈ ପାଣି ଦେଇଯାଉଛି ବରଫ। ଏକ ପାଣିପାଗ ନେଟୱାର୍କର ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି ଯେ କ୍ୟାମେରାରେ ରେକର୍ଡ଼ କରା ଯାଇଥିବା ଘଟଣା ପ୍ରକୃତରେ ଏକ ବିରଳ ଘଟଣା ଯାହା ଜଳଧାର ଅତ୍ୟଧିକ ଥଣ୍ଡା ତାପମାତ୍ରା କାରଣୁ ବରଫ ହେଇଯାଉଛି।

କାନାଡାର ସ୍କ୍ୱାମିସରେ ତାପମାତ୍ରା ତଳକୁ ଖସିଯିବାରୁ କ୍ୟାମେରାରେ କିଛି ମାତ୍ରାରେ ବିରଳ ଥିବା ଫର୍ୋଜିଲ୍ ବରଫ ରେକର୍ଡ଼ ହୋଇଥିଲା। ଏକ ଭିଡିଓରେ ଯେଉଁଥିରେ ଏକ ବିରଳ ଘଟଣାକୁ ଆବଦ୍ଧ କରାଯାଇଛି। ଏହି ଭିଡ଼ିଓରେ ଦେଖାଯାଉଛି ଯେ ଆଖି ପିଛୁଳାକେ ନଈ ଧାର ତୁରନ୍ତ ଅଦୃଶ୍ୟ ହୋଇଯାଉଛି ଏବଂ କେବଳ ବରଫ ହି ବରଫ ଦେଖାଯାଉଛି।

ଏହି ଭିଡିଓଟି ନକଲି ବୋଲି ପ୍ରଥମେ ଲୋକମାନେ କହିବା ଆରମ୍ଭ କରିଦେଇଥିଲେ କିନ୍ତୁ ଉକ୍ତ କଳ୍ପନାଜଳ୍ପନାକୁ ଖଣ୍ଡନ କରି ଆଚିନ୍ସନ୍ ଲେଖିଛନ୍ତି, “ଏଠାରେ ଥିବା ମୋର ଅନୁଗାମୀମାନଙ୍କ ପାଇଁ। ମୁଁ ମୂଳ ଭିଡିଓକୁ ଏକ ଛୋଟ ଟିକିଏ ଜୁମ୍ କରିଦେଲି। ବହୁତ କମ୍ ଲୋକ ଏହା ନକଲି ବୋଲି ଭାବିଥିଲେ ଏବଂ ଏହା ଦେଖି ବଦଳି ଗଲେ। ଅବଶ୍ୟ ନୁହେଁ! ଯଦି ଏହା ହୋଇଥାନ୍ତା ମୁଁ ଏହାକୁ କେବେବି ପୋଷ୍ଟ କରି ନ ଥା’ନ୍ତି ବୋଲି ଆଚିସନ କହିଛନ୍ତି।

ତେବେ ଅନେକ ଲୋକ ଅନେକ ମନ୍ତବ୍ୟ ଦେଇଛନ୍ତି ଆପଣ ନିଜେ ପଢ଼ି ନିଅନ୍ତୁ।