Odiapua.com

ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗଦଳ ତରଫରୁ ଭଦ୍ରକରେ ସୌର୍ଯ୍ୟ ସଞ୍ଚଳନ କାର୍ଯ୍ୟକ୍ରମ

ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦେଶୀ ଆକ୍ରାନ୍ତ ମାନଙ୍କ ଦ୍ୱାରା ବିଧ୍ୱସ୍ତ ଭାରତର ସ୍ୱାଭିମାନ ପୁନଃ ଉଦ୍ଧାର ପାଇଁ ସୁଦୀର୍ଘ ୫୦୦ବର୍ଷର ସଂଘର୍ଷ ପରେ ୧୯୯୨ ମସିହା ପବିତ୍ର ଗୀତା ଜୟନ୍ତୀରେ ଭଗବାନ ଶ୍ରୀରାମଙ୍କ ଜନ୍ମଭୂମିରେ, ସଙ୍ଗଠିତ ହିନ୍ଦୁଶକ୍ତିର ସୌର୍ଯ୍ୟ ପରାକ୍ରମ ବଳରେ ବାବରୀ ଢାଞ୍ଚା ସମାପ୍ତ ହୋଇଥିଲା। ଏହି ଦିବସକୁ ସୌର୍ଯ୍ୟ ଦିବସ ରୂପେ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ପାଳନ କରିଆସୁଅଛି। ହିନ୍ଦୁ ସମାଜର ସ୍ୱାଭିମାନ ଜାଗରଣ ତଥା ପୁନରୁଥାନ ପାଇଁ ଯେଉଁ ହିନ୍ଦୁମାନେ ସେମାନଙ୍କର ପ୍ରୟାସ, ପରାକ୍ରମ ଓ ବଳିଦାନ ଦେଇଥିଲେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ସମାଜରେ ନବ ଚେତନାର ଜାଗରଣ ନିମନ୍ତେ ଗତ ଦୁଇ ବର୍ଷ ହେବ ବଜରଙ୍ଗ ଦଳ ନେତୃତ୍ୱରେ “ସୌର୍ଯ୍ୟ ଯାତ୍ରା” କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାରେ ଅନୁଷ୍ଠିତ ହୋଇ ଯାଇଛି। ଆଜି ଦିବା ୧୦ଟା ସମୟରେ ଭଦ୍ରକ ଛପୁଲିଆସ୍ଥିତ ଶିଶୁ ମନ୍ଦିରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବା ସହ ସେଠାରୁ ସୌର୍ଯ୍ୟ ଯାତ୍ରା ଆରମ୍ଭ ହୋଇ ନଗର ପରିକ୍ରମା କରି ପୁନଃ ସେଠାରେ ସମାପନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରଚାର ପ୍ରମୂଖ ମାନସ ମହାନ୍ତି, ବଜରଙ୍ଗ ଦଳ ପ୍ରାପ୍ତଟ୍ରୋଲି ମିଳନ କେନ୍ଦ୍ର ପ୍ରମୂଖ ବିପିନ ପଣ୍ଡା, ସମ୍ପାଦକ ବିଜୟ କୁମାର ସିହ୍ମା କାର୍ଯ୍ୟକାରୀ ସଭାପତି ରାମଚନ୍ଦ୍ର ପଣ୍ଡା, ଜିଲ୍ଲା ସମ୍ପାଦକ କାହ୍ନୁଚରଣ ସିଂ, ବିଜୟ ବାରିକ, ଅରବିନ୍ଦ କର, କୈଳାସ ଦାସ, ସରୋଜିନୀ ଦାସ, ମଧୁସ୍ମିତା ମହାପାତ୍ର, ମୋନାଲିସା ରାଉତ, ଶୈଳେନ୍ଦ୍ର ସେନାପତି ପ୍ରମୂଖ ଅତିଥି ରୂପେ ଯୋଗଦେଇଥିଲା ବେଳେ କାର୍ଯ୍ୟକ୍ରମର ପରିଚାଳନା ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ଜୟପ୍ରକାଶ ପତି, ତପନ ମହାନ୍ତି, କ୍ଷୀତିଷ ରାଉତ ନିମାଇଁ ଦାସ, ସନ୍ତୋଷ ବେହେରା, ବ୍ୟେମକେଶ ମହାନ୍ତି, ସଞ୍ଜିବ କୁମାର ଦାସ, ରଞ୍ଜିତ ପୃଷ୍ଟି, କୃଷ୍ଣ ଚନ୍ଦ୍ର ଦାସ, ସମ୍ବିତ ନାୟକ, ସଞ୍ଜୟ ସ୍ୱାଇଁ, ବିଭାଷ ନାଥ, ଅଶୋକ ଲେଙ୍କା, ସରୋଜ ରାଉତ, ପୁନିଲ ସାମନ୍ତ ପୂମୂଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶୋଭା ଯାତ୍ରାରେ ୧ହଜାରରୁ ଉଦ୍ଦ୍ୱର୍ କାର୍ଯ୍ୟକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ।