ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋରୁ ବେପାରୀଙ୍କ ମରଣାନ୍ତକ ଆକ୍ରମଣରେ ଦୀର୍ଘ ୧୩ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରୁଥିବା ତିହିଡି ଥାନା କୁବେରା ପଂଚାୟତ ଅଧୀନ କଷଟି ଗ୍ରାମର ସନ୍ତୋଷ ପରିଡାଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତେବେ ସନ୍ତୋଷଙ୍କର ଏହି ଅଭାବନୀୟ ମୃତ୍ୟୁକୁ ନେଇ ଆଜି ଭଦ୍ରକ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜିଲା ପ୍ରଶାସନକୁ କଡା ଚେତାବନୀ ଦିଆଯାଇଛି। ବିଶ୍ୱହିନ୍ଦୁ ପରିଷଦର ସଂପାଦକ ବସନ୍ତ କୁମାର ରାଉତ, ସଭାପତି କାହ୍ନୁଚରଣ ସିଂ, ସହ ସଂପାଦକ ଆଲୋକ କୁମାର ପଣ୍ଡା, ଦୁର୍ଗା ବାହିନୀ ପ୍ରମୁଖ ମଧୁସ୍ମିତା ମହାପାତ୍ର, ଉପସଭାପତି ମାନଗୋବିନ୍ଦ ନାୟକ ଓ ନିର୍ମଳ ରାଉତ ପ୍ରମୁଖ ଯୋଗଦେଇ ଏହି ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭାବନୀୟ ଘଟଣା ପଛରେ ଜିଲା ପ୍ରଶାସନର ଅହେତୁକ ଅନୁକମ୍ପା ରହିଥିବାର ଦୋଷାରୋପ କରାଯାଇଛି। ଯେଉଁ କୁଚକ୍ରୀ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଦ୍ୱାରା ସନ୍ତୋଷଙ୍କର ଯେଭଳି ମୃତ୍ୟୁ ଘଟିଛି ତାହା ନିଶ୍ଚିତ ଭାବେ ସାଧାରଣ ନୁହେଁ। ଏବଂ ଯେଉଁ ଗୋଷ୍ଠୀ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କଲା, ସେମାନଙ୍କୁ ଏପର୍ଯ୍ୟନ୍ତ ଜିଲା ପୁଲିସ୍ ପ୍ରଶାସନ ଠାବ କରିପାରିନାହିଁ। ଶତାଧିକ ବ୍ୟକ୍ତିଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ୧୨ ଜଣଙ୍କୁ ପୁଲିସ୍ ଗିରଫ କରିଛି। ତେଣୁ ଏଭଳି ଏକ ସମ୍ବେଦନଶୀଳ ଘଟଣା ପଛରେ ପ୍ରଚ୍ଛଦପଟ ନାୟକ ଓ ଏଥିରେ ଜଡିତ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଯଦି ପୁଲିସ୍ ଏଥିପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ, ତେବେ ସର୍ବଦା ଶାନ୍ତିପ୍ରିୟ ସନାତନୀ ଭାଇମାନେ ବାଧ୍ୟହୋଇ ଆଇନ୍କୁ ହାତକୁ ନେବେ। ଏପରିକି ଲଭ୍ ଜିହାଦ ଭଳି କାର୍ଯ୍ୟ ମଧ୍ୟ ଉପରୋକ୍ତ ସଂଖ୍ୟାଲଘୁ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା କରାଯାଉଛି। ଏଣୁ ଏହାର ଏକ ନିରପେକ୍ଷ ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କୁ ଉଚିତ୍ ଦଣ୍ଡ ବିଧାନ କରାନଗଲେ ବିଶ୍ୱ ହିନ୍ଦୁ ପରିଷଦ ଆଗାମୀ ଦିନରେ ଯେଉଁ ଭୟାବହ ପରିସ୍ଥିତି ସୃଷ୍ଟି କରିବ, ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି କର୍ମକର୍ତାମାନେ ଚେତାବନୀ ଦେଇଛନ୍ତି। ଆସନ୍ତାକାଲି ସନ୍ତୋଷଙ୍କ ମର ଶରୀର ଭଦ୍ରକରେ ପହଂଚିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ଆନ୍ଦୋଳନ କରାଯାଇ ପରବର୍ତୀ ସମୟରେ ଏକ ଶୋଭାଯାତ୍ରାରେ କଷଟିକୁ ନେଇ ସଂସ୍କାର କରାଯିବ ବୋଲି ସଂପାଦକ ଶ୍ରୀ ରାଉତ ଗଣମାଧ୍ୟମକୁ କହିଛନ୍ତି।
ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଗୋ ମାଫିଆଙ୍କ ଦ୍ୱାରା ମୃତ୍ୟୁବରଣ କରିଥିବା ସନ୍ତୋଷଙ୍କୁ ଉଚିତ୍ ନ୍ୟାୟ ମିଳୁ
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????