Odiapua.com

ବିଶ୍ୱଶାନ୍ତି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ

କେନ୍ଦ୍ରାପଡା, ୯/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଆଖୁଆ ଦକ୍ଷିଣି ଆଶ୍ରମ ପରିସରରେ ଅଭିରାମ ପରମହଂସ ଦେବଙ୍କ ଚତୁର୍ଥ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

୫ ଦିନ ବ୍ୟାପି ଅନୁଷ୍ଠିତ ଏହି ବିଶ୍ୱ ଶାନ୍ତି ମହାଯଜ୍ଞରେ ଶାନ୍ତି ଧାମର ବରିଷ୍ଠ ନାମାଚାର୍ଯ୍ୟ ବାବାଜୀ ହରେକୃଷ୍ଣ ଦାସ ମହାରାଜାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାବାଜୀ ଦିଗମ୍ବର ଦାସ, ସମ୍ମିଳନୀ କର୍ତ୍ତା ସୁକାନ୍ତ କୁମାର ନାୟକ, ଯଜ୍ଞ କର୍ତ୍ତା ପ୍ରବୀର କୁମାର ପରିଡା ଓ ପଣ୍ଡିତ ମୁରଲୀଧର ଆଚାର୍ଯ୍ୟ ପ୍ରମୁଖଙ୍କ ନେତୃତ୍ୱରେ ଦୈନିକ ସୂର୍ଯ୍ୟପୂଜା ଗୋ ପୂଜା, ଅନ୍ନଯଜ୍ଞ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଶୁକଦେବ ପରିଡା, ଦିପ୍ତିରଞ୍ଜନ ଲେଙ୍କା ଅନାମ ନାୟକ, ଚୈତନ୍ୟ ସାମଲ, ରଘୁନାଥ ସେଠୀ, ଦୁଲ୍ଲଭ ଲେଙ୍କା ରାଘବ ସିଂହ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।