Odiapua.com

ବିଶ୍ୱଶାନ୍ତି ଚଣ୍ଡି ମହାଯଜ୍ଞରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ କୋଢ଼ବରୁଆଁ ଗ୍ରାମ ପଂଚାୟତ ସ୍ଥିତ ପଲ୍ଲୀ ଗ୍ରାମ ଠାରେ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ କମିଟି,ପଲ୍ଲୀ ପକ୍ଷରୁ ଆଂଚଳିକ ସହଯୋଗ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ୪୦ତମ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଯୋଗଦାନ କରି ପ୍ରଭୁଙ୍କ ଆଶିର୍ବାଦ କୃପା ଲାଭ କରିବା ସହ ବିଶ୍ୱରେ ଶାନ୍ତି ଓ ସଦଭାବନା ପ୍ରତିଷ୍ଠା ହେଉ ଏବଂ ପ୍ରଭୁଙ୍କ ପ୍ରଦର୍ଶିତ ସତ୍ୟ, ଶାନ୍ତି ଓ ଅହିଂସାର ମାର୍ଗ ସଭିଙ୍କ ଜୀବନ ର ମୂଳ ଲକ୍ଷ୍ୟ ହେଉ ବୋଲି ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ମହାଯଜ୍ଞ ସମିତି ର ମୁଖ୍ୟ ପରିଚାଳକ ଲୋକନାଥ ଗୁପ୍ତା ତଥା ସଭାପତି ଜୟନ୍ତ ସେନାପତି, ସମ୍ପାଦକ ଗଜେନ୍ଦ୍ର ପ୍ରଧାନ, ସହ ସମ୍ପାଦକ ପଂଚାନନ କର, ଭଦ୍ରକ ବ୍ଲକ ପୂର୍ବତନ ବିଜେଡ଼ି ସଭାପତି ପ୍ରଫୁଲ୍ଲ ନାୟକ, ଭଦ୍ରକ ବ୍ଲକ ପୂର୍ବତନ ସମ୍ପାଦକ ରଘୁନାଥ ପଣ୍ଡା, ଯୁବନେତା ବିକାଶ ଶ୍ରେଷ୍ଠା ଏବଂ ମନ୍ଦୀର କମିଟି ର ସଦସ୍ୟ ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।