Odiapua.com

ବିଶ୍ୱର ସାହିତ୍ୟିକମାନଙ୍କୁ ଯୋଡ଼ିବାର ସଶକ୍ତ ମାଧ୍ୟମ ହେଉଛି ଅନୁବାଦ ସାହିତ୍ୟ

ନୟାଗଡ଼, ୧୯ା୧୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ବିଶ୍ୱର ସାହିତ୍ୟିକ, ପାଠକମାନଙ୍କୁ ଯୋଡ଼ିବାର ସଶକ୍ତ ମାଧ୍ୟମ ହେଉଛି ଅନୁବାଦ ସାହିତ୍ୟ ବୋଲି ଭାରତୀୟ ଅନୁବାଦ ସାହିତ୍ୟ ଆନୁକୂଲ୍ୟରେ ‘ଅନୁଦିତ କବିତା ପାଠ’ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। ବିଶିଷ୍ଟ ଅନୁବାଦକ ତଥା ସ୍ତମ୍ଭକାର ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ଜାତୀୟ ସ୍ତରର ସାରସ୍ୱତ କାର୍ଯ୍ୟକ୍ରମରେ ଖ୍ୟାତନାମା ଅନୁବାଦକ ଏବଂ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହିନ୍ଦୀ ବିଭାଗୀୟ ମୁଖ୍ୟ ଡ.ସଞ୍ଜୟ କୁମାର ସିଂ ଅଧ୍ୟକ୍ଷତା କରିଥିଲାବେଳେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସଂସ୍କୃତ, ହିନ୍ଦୀ, ଓଡ଼ିଆ ଓ ଇଂରାଜୀ ଭାଷାର ବିଦ୍ୱାନ ଡ.ହରେକୃଷ୍ଣ ମେହେର ମୁଖ୍ୟବକ୍ତାଭାବେ ଯୋଗଦେଇଥିଲେ। ଏଥିରେ ଓଡ଼ିଆ, ହିନ୍ଦି, ବଙ୍ଗାଳି, ତେଲୁଗୁ, ପଞ୍ଜାବୀ, ସଂସ୍କୃତ ଆଦି ଭାଷା ଆଧାରିତ ପଚିଶିରୁ ଉର୍ଦ୍ଧ୍ୱ ଅନୁବାଦକ ଯୋଗଦେଇ ଅନୁବାଦିତ କବିତା ପାଠ କରିଥିଲେ।