Odiapua.com

ବିଶ୍ୱର କଲ୍ୟାଣ ନିମନ୍ତେ ବ୍ରହ୍ମଯଜ୍ଞ ଅନୁଷ୍ଠିତ, ଶହ, ଶହ ସଂଖ୍ୟକ ସାଧୁ ସନ୍ଥଙ୍କ ସମାଗମ

ବଲାଙ୍ଗୀର, ୧୮-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲାର ମୁରିଵାହାଲ ଅଲେଖ ଧର୍ମ ମଠରେ ଵ୍ରହ୍ମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଆଧ୍ୟାତ୍ମିକ ପରିବେଶ ସାମ୍ପ୍ରତିକ ସମୟରେ କମି, କମି ଆସୁଥିବା ବେଳେ ଧର୍ମାନୁଷ୍ଠାନ ଓ ପୂଜା, ବିଧି ଅନୁସାରେ ବିଶ୍ଵର ମଙ୍ଗଳ କାମନା କରି ଭକ୍ତ ଓ ଭକ୍ତି ଭାବ ନେଇ ସାଧାରଣ ସମାଜରେ ଶାନ୍ତି, ଶୃଙ୍ଖଳିତ ଜୀବନ ଯାପନ କରିବା ନିତାନ୍ତ ଆବଶ୍ୟକ ହୋଇପଡ଼ିଛି। ଏହି ମଠ ପରିଚାଳକ କମିଟି ତରଫରୁ ମେଳା ଅନୁଷ୍ଠିତ ହେବା ସହ ଏପରି ଯଜ୍ଞମାନ ଅନୁଷ୍ଠିତ ହୋଇଆସୁଛି। ପ୍ରତିବର୍ଷ ଏପରି ଚଳିତବର୍ଷ ଅଖଣ୍ଡ ଵ୍ରହ୍ମ ଯଜ୍ଞର ଆୟୋଜନ କରାଯାଇଛି। ମୁରିଵାହାଲ ଗ୍ରାମଵାସୀ ଆଖପାଖ ଅଞ୍ଚଳର ଗ୍ରାମଵାସୀ ଵୃନ୍ଦ ଓ ପଶ୍ଚିମାଞ୍ଚଳର ସାଧୁସନ୍ଥ ଵହୁ ସଂଖ୍ୟାରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଵକଳ ଧାରି ଵାଵା ମାନେ ଭଗବାନ ଵାଵା, ଵ୍ରଜକିଶୋର ଵାଵା, କପିଳେନ୍ଦ୍ର ଵାଵା, ଦିନଵନ୍ଧୁ ଵାଵା, କିଶୋର ଵାଵା, ଶୁଶିଳଵାଵା ଓ ଅଞ୍ଚଳ ର ଵହୁ ସାଧୁବାବା ଓ ଅଲେଖ ଭକ୍ତ ଉପସ୍ଥିତ ରହି ଵ୍ରହ୍ମ ଧୁନି ଜଗତର କଲ୍ୟାଣ ନିମନ୍ତେ ଘ୍ରୁତାହୁତି ପ୍ରଜ୍ଜଳନ କରିଥିଲେ। ସାଧୁ ଯୁଗେଶର ଦାସ ଵାଵାଙ୍କ ସୃତିଚାରଣ ପାଇଁ ମଧ୍ୟ ଵ୍ରହ୍ମ ଯଜ୍ଞରେ ଘ୍ରୁତାହୁତି କରିଥିଲେ। ଏହି ଵ୍ରହ୍ମ ଯଜ୍ଞ ରେ ଅନେକ ଦୂର, ଦୁରନ୍ତ ରୁ ବହୁ ସଂଖ୍ୟକ ସାଧୁ, ସନ୍ୟାସୀ, ଓ ଭକ୍ତ ଙ୍କ ବିପୁଳ ସମାଗମ ଘଟିଥିଲା।