Odiapua.com

ବିଶ୍ୱନାଥ ମହାପାତ୍ରଙ୍କ ‘ଅଥଚ ଆନନ୍ଦ ‘ଲୋକାର୍ପିତ

ନୟାଗଡ଼, ୨୨ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସ୍ଥାନୀୟ ରୋଟାରି ଭବନଠାରେ ଏକ ଲୋକର୍ପଣ ଉତ୍ସବରେ ଔପନ୍ୟାସିକ, ଗାଳ୍ପିକ, ସାହିତ୍ୟିକ, ଲେଖକ, ନାଟ୍ୟକାର ତଥା ସମାଜସେବୀ ବିଶ୍ୱନାଥ ମହାପାତ୍ରଙ୍କ ‘ଅଥଚ ଆନନ୍ଦ’ ଲୋକାର୍ପିତ ହୋଇଯାଇଛି। ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ, ମୁଖ୍ୟବକ୍ତାଭାବେ ଓଡ଼ିଶା ସାହିତ୍ୟ ଏାକଡେମୀର ପ୍ରାକ୍ତନ ସଦସ୍ୟ ଅଶ୍ୱିନୀ କୁମାର ମିଶ୍ର ଯୋଗଦେଇଥିଲାବେଳେ ଅନ୍ୟତମ ଅତିଥିଭାବେ ପ୍ରାଧ୍ୟପକ ବିଜୟ କୁମାର ଚୌଧୁରୀ, ଅଧ୍ୟାପକ ଭାସ୍କର ସାମଲ, ବ୍ୟଙ୍ଗକବି ସତ୍ୟାନାଶ, ସାପ୍ତାହିକ ଜନବାଦୀର ସଂପାଦକ ଚକ୍ରଧର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଔପନ୍ୟାସିକ ବିଶ୍ୱନାଥ ମହାପାତ୍ରଙ୍କ କ୍ରାନ୍ତିକାରୀ ଉପନ୍ୟାସ ‘ଅଥଚ ଆନନ୍ଦ’କୁ ବିଶିଷ୍ଟ ଶିକ୍ଷାବିତ୍ ଭାସ୍କର ସାମଲଙ୍କ କରକମଳରେ ଉନ୍ମୋଚନ ହୋଇଥିଲା୍େ ବଳେ ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ ଶିକ୍ଷାବିତ୍ ଭାଗିରଥୀ ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାକୁ ଅର୍ପଣ କରିଥିଲେ। ରଂଜୁ୍ ବାଳା ପ୍ରକାଶନୀ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ପ୍ରକାଶନୀର ମୁଖ୍ୟ ଶରତ ଚନ୍ଦ୍ର ବେହେରା ସ୍ନାଗତ ଭାଷଣ ଦେଇଥିଲାବେଳେ ବ୍ୟଙ୍ଗକବି ସତ୍ୟାନାଶ ଓ ଜନବାଦୀର ସଂପାଦକ ଚକ୍ରଧର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥିମାନେ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲାବେଳେ ବ୍ୟଙ୍ଗକବି ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧିଙ୍କ ୍ ବ୍ୟଙ୍ଗ କବିତା ଉତ୍ସବରେ ବେଶ୍ ହସର ମାହାଲ ସୃଷ୍ଟି କରିଥିଲା। କବି ସୌଦାମିନୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।