Odiapua.com

ବିଶ୍ୱତାରିଣୀ କଳାକାର ସଂଘର ସ୍ୱତନ୍ତ୍ର ବୈଠକ

ହାଟଡିହି- ୮ / ୧୧ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ସତସଙ୍ଗ କେନ୍ଦ୍ର ପ୍ରାଙ୍ଗଣରେ ମା” ବିଶ୍ୱତାରିଣୀ କଳାକାର ସଂଘ ହାଟଡିହିର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଅଧିକାରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କୋଭିଡ-୧୯ କଟକଣା ଯୋଗୁଁ କଳାକାର ମାନେ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ସମ୍ପର୍କରେ ଆଲୋଚନା କରିଥିଲେ । କଳାକାର ମାନଙ୍କ ସମସ୍ତ ବେଉଶା ବନ୍ଦ ହୋଇଯାଇଥିବାରୁ କଳାକାର ମାନଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା । ପୁର୍ବତନ ସମ୍ପାଦକ ସଂଘ ବିରୋଧି କାର୍ଯ୍ୟ କରିବା ସହିତ ସଂଘ ନିଷ୍ପତିକୁ ନମାନିବା, ତାଙ୍କ ପାଖରେ ଥିବା ସଂଘର ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଓ ଅନ୍ୟାନ୍ୟ ସାମଗ୍ରୀକୁ ହସ୍ତାନ୍ତର କରୁନଥିବାରୁ ସଂଘ ପକ୍ଷରୁ ତାଙ୍କୁ ସର୍ବସମ୍ମତିକ୍ରମେ ବହିସ୍କାର କରାଯାଇଥିଲା । ଏହି ବୈଠକରେ ଉପସଭାପତି ଦିବାକର ବାରିକ, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାଥ ମିଶ୍ର, ସମ୍ପାଦକ ବିଦ୍ୟାଧର କବି, ସାଂସ୍କୃତିକ ସମ୍ପାଦକ କିଶୋର ଚନ୍ଦ୍ର ମହାନ୍ତି, ସଂଘର ବରିଷ୍ଠ ସଦସ୍ୟ ପର୍ଶୁରାମ ଦାସ, ପ୍ରଭାକର ପାଣି, ଇଶ୍ୱର ଚନ୍ଦ୍ର ଦାଶ, କାର୍ତ୍ତିକେଶ୍ୱର ଜେନା, ସଦାଶିବ ବାରିକ, ତପୋଧନ ଆୟଚ, ବିପିନି ବିହାରୀ ପାତ୍ର, ମଦନ ମୋହନ ପ୍ରଧାନ, ଗୌରାଙ୍ଗ ଓଝା, ବାବାଜି ଚରଣ ସାହୁ, ନିରଞ୍ଜନ ଲେଙ୍କା, କୁଳମଣି ଜେନାଙ୍କ ସମେତ ୪୦ରୁ ଉର୍ଦ୍ଧ କଳାକାର ଉପସ୍ଥିତ ଥିଲେ ।