Odiapua.com

ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ହଂସତୁଳୀରେ କଳସ ଯାତ୍ରା

କୋଦଳା (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତର ହଂସତୁଳି ଗ୍ରାମରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଶ୍ରୀ ଶ୍ରୀ ଆଦିଶ୍ୱର ମନ୍ଦିର ପ୍ରତିଷ୍ଠା ନିମନ୍ତେ ଆଜି କଳସ ଯାତ୍ରା, କର୍ମାରମ୍ଭ, ବ୍ରାହ୍ମଣ ବରଣ, ଶାଲା ପୂଜା ଆଦି ଅନୁଷ୍ଠିତ ହୋଇଯାଇଛି। ଏହି ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଗତ ୨୯ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ଏଥିରେ ଘୃତଯଜ୍ଞ, ଅନ୍ନଯଜ୍ଞ, ନାମଯଜ୍ଞ, ଜ୍ଞାନଯଜ୍ଞ, ଗୋଯଜ୍ଞ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ପଣ୍ଡିତ ବିରୁପାକ୍ଷ ଦାଶ ଶର୍ମା ସମେତ ଅନ୍ୟାନ୍ୟ ପୁରୋହିତ ମାନଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଛି। ହଂସତୁଳୀ ଗ୍ରାମର ଗ୍ରାମବାସୀ ମାନେ ଉପସ୍ଥିତ ରହିବା ସହ ପରିଚାଳନା କରୁଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ହଂସତୁଳୀ ଗ୍ରାମ ଭକ୍ତିମୟ ଓ ଉତ୍ସବ ମୁଖର ପାଲଟିଛି। ପ୍ରତିଦିନ ସଂଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଉଥିବାର ଦେଖିବାକୁ ମିଳିଛି।ସେପଟେ ରାମ ଦୋଳି, ମୀନାବଜାର, ମଥୁରା କେକ୍ ଭକ୍ତମାନଙ୍କୁ ବେଶ୍ ମନୋରଞ୍ଜନର ଖୋରାକ ଯୋଗାଉଛି।