Odiapua.com

ବିଶ୍ରାମାଗାରରେ ରହୁଥିବା ଅପରିଚିତ ମହିଳାଙ୍କ ମୃତ୍ୟୁ

ହାଟଡ଼ିହି, ୧୪ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ହଦଗଡ ଯାତ୍ରୀ ବିଶ୍ରାମାଗାରରେ ରହୁଥିବା ଜଣେ ଅପରିଚିତ ମହିଳାଙ୍କ ଗତକାଲି ମୃତ୍ୟୁ ଘଟିଛି । ମହିଳା ଜଣକ ଗତ ୭/୮ମାସ ହେଲା ଏହି ବିଶ୍ରାମାଗାରରେ ରହୁଥିଲେ । ଦିନରେ ମାଗଣ ଯାଚଣ କରି ଆସିବାରେ ଏହି ବିଶ୍ରାମାଗାରରେ ରହୁଥିବାବେଳେ ଗତ ୧୧ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଖବର ଜଣାଯିବାପରେ ହଦଗଡ ସରପଞ୍ଚଙ୍କ ଠାରୁ ଖବର ପାଇ ହାଟଡିହି ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ସୋସୋ ପୁଲିସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବଦ କରିବା ସହିତ ପୋଷ୍ଟମଟମ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ ।