Odiapua.com

ବିଶ୍ବ ନର୍ସିଂ ଦିବସ: ନର୍ସ ମାନଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୨/୫ (ଓଡ଼ିଆ ପୁଅ) ଆଜି ବିଶ୍ବ ନର୍ସିଂ ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଡାକ୍ତର ଖାନା ମାନଙ୍କରେ କାର୍ଯ୍ୟ ରତ ନର୍ସ ମାନଙ୍କ ସହ ଫୋନ ଯୋଗେ କଥା ହୋଇ ସେମାନଙ୍କୂ ଶୁଭେଚ୍ଛା ଜଣାଇଥିଲେ।

ନିଜର ବ୍ୟକ୍ତିଗତ ସୁଖ ଦୁଃଖକୁ ପଛରେ ପକାଇ ସେମାନେ ଯେପରି ରୋଗୀଙ୍କୁ ନିଷ୍ଠା ର ସହ ସେବା ଯୋଗାଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ।