Odiapua.com

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ସାଂସଦ ଓ ବିଧାୟକ, ଗାନ୍ଧୀବାଦୀ ଗୋକୁଳାନନ୍ଦ ମହାନ୍ତିଙ୍କର ୪୮ତମ ପୂଣ୍ୟ ତିଥିରେ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ବିଧାୟକ, ସାଂସଦ, ଗାନ୍ଧୀବାଦୀ ଗୋକୁଳାନନ୍ଦ ମହାନ୍ତିଙ୍କ ୪୮ତମ ପୂଣ୍ୟ ଦିବସ ଅବସରରେ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଭଦ୍ରକ ଶହୀଦ୍ ସ୍ମୃତି ଭବନରେ ଆଜି ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସ୍ମୃତି କମିଟି ପକ୍ଷରୁ ସହରର କୁଆଁସ ଗ୍ରାମର ଗୋକୁଳଧାମ ଠାରେ ଗରଦପୁର ଗାନ୍ଧୀ ଓଡ଼ିଶା ବାଳାଶ୍ରମ ଅନ୍ତେବାସୀଙ୍କ ଦ୍ୱାରା ପ୍ରଭାତଫେରୀ, ତିଳତର୍ପଣ, ସମାଧି ପୀଠ ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ସର୍ବଧର୍ମ ପ୍ରାର୍ଥନା ଓ ଗାନ୍ଧିଜୀଙ୍କ ପ୍ରିୟ ଭଜନ ଗାନ କରାଯାଇଥିଲା। ଗାନ୍ଧୀ ଓଡ଼ିଶା ବାଳାଶ୍ରମର ସମ୍ପାକ ଅଶୋକ ଦାସ, ଅଧିକ୍ଷକ ହୃଷିକେଶ ମହାନ୍ତି, ଝରଣା ଦାସ, କଳାଶିକ୍ଷକ କାଳନ୍ଦୀ ମଳ୍ଲିକ, ଡ. କାନନ ମହାନ୍ତି, ପ୍ର. ଝରଣା ପଟ୍ଟନାୟକ, ସମ୍ବାଦଦାତା ଅଶୋକ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଶହୀଦ ସ୍ମୃତି ଭବନଠାରେ ଅନୁଷ୍ଠିତ ନିଶୁଳ୍କ ସେବା ଶିବରକୁ ଉପଜିଲ୍ଲାପାଳ ମନୋଜ ପାତ୍ର ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଜିଲ୍ଳା ସ୍ମୃତି କମିଟି ସଭାପତି ବରିଷ୍ଠ ସାମ୍ବାଦିକ ଅମର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ସଭାରେ କମିଟିର ସାଧାରଣ ସମ୍ପାଦକ ଆଡ୍‌ଭୋକେଟ ବିଷ୍ଣୁ ମୋହନ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ।

ଏହି ସଭାରେ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଶ୍ୟାମସୁନ୍ଦର ବେହେରା, ଆଇଏମ୍‌ଏ ଜିଲ୍ଲା ସଭାପତି ବରିଷ୍ଠ ଡାକ୍ତର ଆର୍‌.କେ. ନାୟକ, ସମ୍ପାଦକ ଡାକ୍ତର ହରେକୃଷ୍ଣ ନାୟକ, ସନ୍‌ସାଇନ୍ ହସ୍‌ପିଟାଲ ଭୁବନେଶ୍ୱରର ଚେୟାରମ୍ୟାନ ଡାକ୍ତର ପ୍ରମୋଦ କୁମାର ଜେନା, ନିର୍ଦ୍ଦେଶକ ଡକ୍ଟର ଅୟସ୍‌କାନ୍ତ ମହାନ୍ତି, ଡାକ୍ତର ଚନ୍ଦନ କୁମାର ପଣ୍ଡା, ଡାକ୍ତର ଦୁର୍ଯ୍ୟୋଧନ ଦାସ, ଇଂ ଅଖିଳ ମୋହନ ପାଢି, ସମାଜସେବୀ ଲଲାଟେନ୍ଦୁ ମହାନ୍ତି, ଏସ୍‌.ଏମ୍‌. ଫାରୁକ, ଲକ୍ଷ୍ମୀ ମହାପାତ୍ର, ସୁଧାକର ରାଉତ, ଅଜୟ ନାୟକ, ଅଧ୍ୟାପକ ସୌରେଶ ମହାନ୍ତି, ଉଦୟ ନାଥ ମହାନ୍ତି, କବି ରମେଶ ଦାସ, ଅଧ୍ୟାପକ ରବୀନ୍ଦ୍ର ବେହୁରିଆ ପ୍ରମୁଖ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମର ଅଗ୍ରଗାମୀ ନେତା ସ୍ୱର୍ଗତ ଗୋକୁଳାନନ୍ଦ ମହାନ୍ତିଙ୍କ ଅବଦାନ, ଉତ୍ସର୍ଗୀକୃତ ଜନସେବା, ସ୍ୱାଧୀନ ଭାରତର ନାଗରିକ ପରିଚୟ ସୃଷ୍ଟି କରି ବ୍ରିଟିଶ୍ ସରକାରଙ୍କୁ ହଟାଇ ଭାରତ ମାତାଙ୍କୁ ପରାଧିନତାରୁ ମୁକ୍ତ କରିବାକୁ ନିଜ ଜୀବନକୁ ବାଜି ଲଗେଇବା ସହ ନିମ୍ନବର୍ଗର ଲୋକଙ୍କର ଆର୍ôଥକ ଅବସ୍ଥାର ଉନ୍ନତି ପାଇଁ ଦେଶର ସେବକ ଭାବେ ଅଭିହିତ କରିବା ସହ ଜଣେ ଆଦର୍ଶ ସେବକ ଭାବେ ସ୍ମୃତିଚାରଣ କରି ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ପିଢିଙ୍କୁ ଆହ୍ୱାନ ଦେଇଥିଲେ। ଏହି ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରକୁ ଭୁବନେଶ୍ୱର ସନ୍‌ସାଇନ୍ ହସ୍‌ପିଟାଲର ଡାକ୍ତର, କର୍ମଚାରୀମାନେ ଯୋଗ ଦେଇ ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା ଓ ସ୍ୱାସ୍ଥ୍ୟ ପରୀକ୍ଷା, ୩୦୦ ଜଣ ରୋଗୀଙ୍କୁ ଚିକିତ୍ସା କରିଥିଲେ। ଏହି ଶିବିରର ଆୟୋଜକ ମୁଖ୍ୟ ଜ୍ୟୋତିପ୍ରକାଶ ମହାନ୍ତିଙ୍କ ଦ୍ୱାରା ଭଦ୍ରକର ଅନେକ ଯୁବବର୍ଗ ଓ ସମାଜସେବୀ ସାମ୍ବାଦିକଙ୍କ ସହଯୋଗରେ ସମ୍ପନ୍ନ ହୋଇଥିଲା। ଏହି ସ୍ୱାସ୍ଥ୍ୟ ଶିବିର ପରିଚାଳନରେ ସାମ୍ବାଦିକ ଅପୂର୍ବ ବେହେରା, ଯୁବନେତା ସ୍ପନ୍ଦନ ମଲ୍ଲିକ, ଅସିତ ଖୁଣ୍ଟିଆ, କୁଟିଆ ନାୟକ, ଲିଟୁ ମହାନ୍ତି, ଅମର ପାଣିଗ୍ରାହୀ, ସୋମନାଥ ସାହୁ, ସାମ୍ବାଦିକ ସୁବ୍ରତ ପାଲ, ବାବୁନି ଲେଙ୍କା, ହେମନ୍ତ ମହାପାତ୍ର, ବାବୁନି ମହାପାତ୍ର, ପ୍ରଦୀପ ସେନାପତି ପ୍ରମୁଖ ସହଯୋଗ କରିଥିଲେ। ଧନ୍ୟବାଦ ଦେଇଥିଲେ ଆକାଶବାଣୀ ସମ୍ବାଦଦାତା ଅଶୋକ କୁମାର ନାୟକ।