Odiapua.com

ବିଶିଷ୍ଟ ସମାଜସେବୀ ଶ୍ରୀଧର ପ୍ରସାଦ ସାହୁଙ୍କ ସ୍ମୃତିଚାରଣ ସଭା

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲିର ବିଶିଷ୍ଟ ସମାଜସେବୀ,ସୁନାମଧନ୍ୟ ବ୍ୟବସାୟୀ,ଧର୍ମପରାୟଣ ବ୍ୟକ୍ତି ଶ୍ରୀଧର ପ୍ରସାଦ ସାହୁଙ୍କ ନବମ ସ୍ମୃତି ଚାରଣ ସଭା ସ୍ଥାନୀୟ ବରିଷ୍ଠ ନାଗରିକ ପରିଷଦ ସଭା ଗୃହ ପରିସରରେ ଅନୁଷ୍ଠିତ ହୋଇଥିଲା। ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭଦ୍ରକ ଜିଲ୍ଲା ପରିଷଦର ପ୍ରାକ୍ତନ ସଭାପତି ଦ୍ୱିଜବର ରାଉତ,ମୁଖ୍ୟବକ୍ତା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଦସ୍ୟ ଉପେନ୍ଦ୍ର କୁମାର ରାଉଳ,ସମ୍ମାନିତ ଅତିଥି ପ୍ରାକ୍ତନ ପଂଚାୟତ ସମିତି ଅଧ୍ୟକ୍ଷ ନରେଶ ଚନ୍ଦ୍ର ମାଝୀ, ଶିକ୍ଷକ ନେତା ପ୍ରମୋଦ ଚନ୍ଦ୍ର ତ୍ରିପାଠୀ,କମ୍ୟୁନିଷ୍ଟ ନେତା ପ୍ରଭାକର ବିଶ୍ୱାଳ, ସମାଜସେବୀ ବ୍ରଜ ସୁନ୍ଦର ମହାନ୍ତି,ପ୍ରଫୁଲ୍ଲ ସାହୁ,ସାମ୍ବାଦିକ ଅଶୋକ କୁମାର ପଣ୍ଡା, ଆଇନିଜୀବି ପ୍ରଶାନ୍ତ ଦାଶ ପ୍ରମୁଖ ଯୋଗ ଦେଇ ଶ୍ରୀଧର ସାହୁଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ତାଙ୍କ ଅମ୍ଲାନ ସ୍ମୃତି କୀର୍ତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି ଅବସରରେ ଶିକ୍ଷକ ନେତା ଅମୁଲ୍ୟ କୁମାର ରାଉତ ଅତିଥି ମାନଙ୍କ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଶ୍ରୀଧର ସାହୁ ଙ୍କ ସମ୍ପର୍କରେ ପ୍ରଫେସର ଶାନ୍ତନୁ କୁମାର ମହାନ୍ତିଙ୍କ ଲିଖିତ ବାର୍ତା ପାଠ କରିଥିଲେ। ଶେଷରେ ନିରଞ୍ଜନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।