ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଂଚଳ ୱାର୍ଡ଼ ନମ୍ବର ୧୫ କୁଆଁଶ ଗ୍ରାମ ନିବାସୀ, ପୂର୍ବତନ ପାରିଷଦ ତଥା ସମାଜସେବାରେ ନିଜ ଜୀବନକୁ ସମର୍ପିତ କରିଥିବା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଦେବାଶିଷ ରାଉତ ଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦ। ଏହି ଦୁଃଖଦ ମୁହୂର୍ତରେ ତାଙ୍କ ବାସଭବନରେ ପହଂଚି ସ୍ୱର୍ଗତ ଆତ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣେ ତାଙ୍କ ଅମର ଆତ୍ମାର ଶାଶ୍ୱତ ଶାନ୍ତି ନିମନ୍ତେ ପ୍ରାର୍ଥନା କରିଛନ୍ତି ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଶ୍ରୀ ସାମଲଙ୍କ ସମେତ ପୌରାଧ୍ୟକ୍ଷା ଗୁଲମୁଖି ହବିବି ଦଲୱାଜି, ସମାଜସେବୀ କିଶୋର ମହାପାତ୍ର ଙ୍କ ସହ ଅନ୍ୟାନ୍ୟ ମାନ୍ୟଗଣ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଜଣାଇଥିଲେ।