Odiapua.com

ବିଶିଷ୍ଟ ଶିକ୍ଷାବିତ ତଥା ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ଅଭିମନ୍ୟୁ ସେନାପତିଙ୍କ ପରଲୋକ

ହାଟଡିହି-୨୭/୭: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଜାବିନିପୁର ଗ୍ରାମର ବିଶିଷ୍ଟ ଶିକ୍ଷାବିତ ତଥା ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ଅଭିମନ୍ୟୁ ସେନାପତିଙ୍କ ୭୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କେନ୍ଦୁଝର ପୋଲିସ ହାଇସ୍କୁଲରୁ ମାଟ୍ରିକ ଶିକ୍ଷାପରେ ଭଦ୍ରକ ମହାବିଦ୍ୟାଳୟରେ ଶିକ୍ଷାଲାଭ ସମାପ୍ତ କରି ସାରିବାପରେ ଯାଜପୁର ଜିଲ୍ଲାରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ସେ ଇଛାପୁର, ବୈତରଣୀରୋଡ, ପହଙ୍ଗା, ମକୁନ୍ଦପୁର, ଆଇତିପୁର, ବକ୍ସିବାରିଗାଁ, ବଡରମ୍ପାସ ପ୍ରଭୃତି ସ୍କୁଲରେ ଶିକ୍ଷକ ଭାବେ ସଫଳତାର ସହ କାର୍ଯ୍ୟକରିବା ପରେ ପଦୋନ୍ନତି ପାଇ ଅନୁନିରୀକ୍ଷକ ଭାବେ କାର୍ଯ୍ୟକରି ଚାକିରୀରୁ ଅବସର ଗ୍ରହଣ କରିଥିଲେ । ପରେ ସେ ସକ୍ରୀୟ ରାଜିନୀତିରେ ଅଂଶଗ୍ରହଣ କରି ୨୦୦୭ରେ ୩୭ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ଭାବେ ବିପୁଳ ଭୋଟରେ ନିର୍ବାଚିତ ହୋଇଥିଲେ । ସେ ଜଣେ ପରୋପକାରୀ, ଦକ୍ଷ ସଂଗଠକ ଭାବେ ପରିଚିତ ଥିଲେ । ତାଙ୍କର ପରଲୋକ ଖବର ପାଇବାପରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଶାଳଣିଆଁ ସରପଞ୍ଚ ଶ୍ରୀଧର ବେହେରା, ଗେଡମା ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି, ବିଜେପି ନେତା ଆଲୋକ ସେଠୀ, ଅନିରୁଦ୍ଧ ଜେନା, ଅମର ସେଠୀ, ଶିକ୍ଷାବିତ ନୃସିହଂ ଚରଣ ସେନାପତି, ଯୁଦ୍ଧିଷ୍ଠିର ପାତ୍ର, ଚନ୍ଦନ ଜେନାଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବା ପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ ହୋଇଥିଲା । ବଡପୁଅ ରାଜୀବ ସେନାପତି ମୁଖାଗ୍ନି ଦେଇଥିବାବେଳେ ପୁଅ ଅକ୍ଷୟ, ଅମୀୟ, ସଞ୍ଜିବ, ବିଶ୍ୱଜିତ, ଅଭିଜିତ, ସୌମ୍ୟ, ଅବିନାଶ, ମହାବୀର, ତାରିଣୀ ଙ୍କ ସମେତ ବହୁ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାବିଲ ହୋଇଥିଲେ ।