Odiapua.com

ବିଶିଷ୍ଟ ଚଳଚିତ୍ର ଅଭିନେତା ଅଜିତ ଦାଶଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) – ଓଡ଼ିଆ ଚଳଚଳିତ୍ର ମଂଚ ନାଟକ, ଧାରାବାହିକ ଜଗତର ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ଓ ପ୍ରଯୋଜକ ଅଜିତ୍ ଦାଶଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଗତ କିଛିଦିନ ଧରି ଅନ୍ୟରୋଗ ସହ କରୋନା ରୋଗରେ ଆକ୍ରାନ୍ତ ହୋଇ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ୱର୍ଗତ ଅଜିତ ବାବୁଙ୍କ ଦେହାନ୍ତ ଓଡ଼ିଶା ବାସୀ ଏବଂ ଓଡ଼ିଶା ଚଳଚିତ୍ର ଜଗତ ପାଇଁ ଏକ ଅପୁରଣୀୟ କ୍ଷତି। ଦୀର୍ଘ ୫ ଦଶନ୍ଧି ଧରି ୬୦ରୁଉର୍ଦ୍ଧ ଚଳଚ୍ଚିତ୍ର, ଅନେକ ଗୁଡ଼ିଏ ମଂଚ ନାଟକ ଓ ଧାରାବାହିକରେ ବହୁ ଭୂମିକାରେ ଅଭିନୟ କରି ଉଚ୍ଚପ୍ରସଂସିତ ହୋଇପାରିଥିଲେ। ତାଙ୍କର ଉଚ୍ଚକୋଟୀର ଅଭିନୟ ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିଲେ। ସେ କେବଳ ଜଣେ ବ୍ୟକ୍ତି ନଥିଲେ, ଉଚ୍ଚକୋଟୀର କଳାକାର ସୃଷ୍ଟିକରିବାର ଅନୁଷ୍ଠାନ ଥିଲେ। ସେ ଅଜିତ ନାଟ୍ୟାନୁଷ୍ଠାନ ଗଢ଼ିଥିଲେ ଏହି ନାଟ୍ୟାନୁଷ୍ଠାନ ଜରିଆରେ ଅନେକ ଗୁଡ଼ିଏ ମଂଚ ନାଟକରେ ବଳିଷ୍ଠ ନିର୍ଦ୍ଦେଶନା ଦେଇ ବହୁ କଳାକାର ସୃଷ୍ଟି କରିପାରିଛନ୍ତି। ବିଶେଷ କରି ମଂଚ ନାଟକ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ସେ ସଂଗୀତ ମହାବିଦ୍ୟାଳରେ ଅଧ୍ୟପକ ବି ଥିଲେ। ସ୍ୱର୍ଗତ ଦାଶଙ୍କ ଉଚ୍ଚକୋଟୀର ଅଭିନୟ ପାଇଁ ସଦାସର୍ବଦା ଲୋକଙ୍କ ହୃଦୟରେ ମନେ ରହିଥିବେ। ସ୍ୱର୍ଗତ ଅଜିତ ବାବୁଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ କରିବାରବର୍ଗଙ୍କ ପ୍ରତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଗଭୀର ସମବେଦନା ଜଣାଛନ୍ତି।