ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଧୁନିକ ଓଡ଼ିଶା ସାହିତ୍ୟର ବିଶିଷ୍ଟ କଥାଶିଳ୍ପୀ, ୭୦ ଦଶକର ଓଡ଼ିଆ ଗଳ୍ପ ଶୈଳୀ ଅନ୍ୟତମ ଅଗ୍ରଦୂତ, ତଥା ନାଟ୍ୟକାର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ରାଧାବିନୋଦ ନାୟକ ୨୦୨୦ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ବୟୋଜ୍ୟଷ୍ଠ ସାରସ୍ୱତ ସାଧକ ସମ୍ମାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏ ନେଇ ସାରା ଜିଲାରେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସାହିତ୍ୟ ସଂଗଠନ ଓ ସାହିତ୍ୟପ୍ରେମୀ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ବର୍ତ୍ତମାନର ଭଦ୍ରକ ଜିଲା ଧାମନଗର କାସିମପୁର ଗ୍ରାମରେ ଡ. ନାୟକ ୧୯୪୫ ରେ ଜନ୍ମ ହୋଇଥିଲେ । ସେ ପ୍ରମେୟ ଖବରକାଗଜର ଜିଲ୍ଲା ପ୍ରତିନିଧି ଚାରୁଦତ୍ତ ନାୟକଙ୍କ ପିତା । ଏବେ ସେ ଭଦ୍ରକ ପୌରାଞ୍ଚଳର ୭ନଂ ୱାର୍ଡ ଗବସାହିର ବାସିନ୍ଦା । ତାଙ୍କର ନିରବଚ୍ଛିନ୍ନ ସାହିତ୍ୟ ସାଧନା ବିଳମ୍ବରେ ହେଲେ ମଧ୍ୟ ଏହି ସଫଳତା ତାଙ୍କୁ ଆଣି ଦେଇଛି । ଡ. ନାୟକଙ୍କ ଗଳ୍ପ ପୁସ୍ତକ ଗୁଡିକ ହେଉଛି ପରାଣ ପିତୁଳା କାନ୍ଦୁଛି, ଅନୁଚାରିତ, ଅପେକ୍ଷାର ଦିନ ରାତି, ପ୍ରତି ନାୟକ, ମିଛ ମଣିଷ, ଏକା ଏକା ବନବାସ, ମାଉଟ ବଟେନଙ୍କ ଷ୍ଟିକ, ଗୋଲକ ପୁତ୍ର ନାଟକ ଗୁଡିକ ହେଉଛି । ରକ୍ତ ନଦୀ, କାଦମ୍ବରୀ, ଅରଣ୍ୟଶ୍ୱର ଓ ଅପେକ୍ଷା କରି ମୁଁ ଆସୁଛି । ରକ୍ତନଦୀ ନାଯକ ପାଇଁ ସେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ଏହାଛଡା ରାଜଧାନୀ ପୁସ୍ତକ ମେଳା, ଉତ୍କଳ ସାହିତ୍ୟ ସମାଜ ସମ୍ମିଳନୀ ସମ୍ମାନ, ଭଦ୍ରକ ଗୌରବ ସମ୍ମାନ ଲାଭ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ପୂର୍ବତନ ରାଜ୍ୟ ସଦସ୍ୟ ଡ. ଶଶଧର ଦାସ ଏଥିପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଭଦ୍ରକ ଜିଲାରେ ବହୁ ପ୍ରସିଦ୍ଧ ସାହିତ୍ୟଙ୍କୁ ଅନେକ ଦିନ ଧରି ଉପେକ୍ଷିତ କରାଯାଇଆସିଛି ।
ଡ. ନାୟକ କେବଳ ଓଡ଼ିଶା ସାହିତ୍ୟ ଏକାଡେମୀ ନୁହେଁ । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଯୋଗ୍ୟତା ରଖିଥିବାବେଳେ କଣ ପାଇଁ ତାଙ୍କୁ ଅଣଦେଖା କରାଯାଇଛି । ସେ ନେଇ ଡ. ଦାସ ବିସ୍ମୟ ପ୍ରକାଶ କରିଛନ୍ତି । ୭୦ ଦଶକରେ ଓଡ଼ିଆ ଗଳ୍ପରେ ପାଦ ଦେଇଥିବା ରାଧାବିନୋଦ ନାୟକଙ୍କ ସମକାଳନୀ ଅନେକ ଗାଳ୍ପିକଙ୍କ ପାଇଁ ପ୍ରେରଣାର ଉତ୍ସ ଅନ୍ୟମାନେ ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବାବେଳେ ଡ. ନାୟକଙ୍କ ପ୍ରତି ଏହି ଅବିଚାର କରାଯାଇଛି ବୋଲି ଭଦ୍ରକର ବରିଷ୍ଠ ସାହିତ୍ୟ ପ୍ରେମୀ ଡ. ଦାସ କ୍ଷୋଭ ପ୍ରକାଶ କରିଛନ୍ତି । ବିଶିଷ୍ଟ ସାହିତ୍ୟିକ ତଥା ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ପବିତ୍ର ପାଣିଗ୍ରାହୀ କହିଛନ୍ତି, ଡ. ରାଧାବିନୋଦ ନାୟକ ଜଣେ ଅଭୂତ ପୂର୍ବ କଥା ସାହିତ୍ୟରେ ପରୀକ୍ଷା ନିରୀକ୍ଷା କରିଥିବା ଗାଳ୍ପିକ, କେବଳ ଗଳ୍ପ ନୁହେଁ ନାଟ୍ୟକାର ମଧ୍ୟ ପାରଦର୍ଶିତା ରହିଛି ଭିନ୍ନ ଶୈଳୀରେ ଗଳ୍ପ ଲେଖିଥିବା ରାଧାବିନୋଦ ଯେକୌଣସି ଏକ କଥାର କ୍ଷିଅ ଆରମ୍ଭ କରିଥାନ୍ତି । ଗପ ଲେଖା ଏବଂ ସେହି କଥାଟିର ପ୍ରସାରଣ ସଂପ୍ରସାରଣ ବୁଢିଆଣି ଜାଲରେ ପାଠକଙ୍କୁ ମହାବିଷ୍ଟ କରିବାର ଦକ୍ଷତା ରଖିଥାନ୍ତି । ଓଡ଼ିଆ କଥା ସାହିତ୍ୟ ପରମ୍ପରାରେ ସେ ଏକ ଭିନ୍ନ ଓ ଅନନ୍ୟ ସ୍ୱର । ମାତ୍ର ତାଙ୍କ ଖିଆଲିପଣ ଥକାପଣ ଯୋଗୁଁ ତାଙ୍କର ଉଚିତ୍ ମୂଲ୍ୟାୟନ ହୋଇପାରିନାହିଁ । ତାଙ୍କଭଳି ସୃଜନ ସ୍ରଷ୍ଟାଙ୍କୁ ମୋର ଅୟୁତ ପ୍ରଣାମ ।