Odiapua.com

ବିଶାକ୍ତ ସାପ ନେଲା ମା ଓ ପୁଅର ଜୀବନ

କୋଦଳା : ୨୩/୦୯ (ଓଡ଼ିଆ ପୁଅ/ ସୁଶାନ୍ତ କୁମାର ପଟ୍ଟନାୟକ) ସର୍ପ ଦଂଶନରେ ମୃତ୍ୟୁ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ହସ୍ପିଟାଲ ଗୁଡିକରେ ଆବଶ୍ୟକ ଇଞ୍ଜେକସନ୍ ଓ ଔଷଧ ମିଳୁନଥିବା ଅଭିଯୋଗ ହେଉଛି। ଗତ ଏକ ମାସରେ କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳରେ ସାପ କାମୁଡ଼ାରେ ମୃତ୍ୟୁ ପରିମାଣ ବଢିଛି। ରବିବାର କୋଦଳା ଏନଏସି ଅନ୍ତର୍ଗତ ବି. ନୂଆପଲି ଗ୍ରାମରେ ଏକ ବିଷଧର ସାପ କାମୁଡିବା ଫଳରେ ଗୋଟିଏ ପରିବାରର ମା ଓ ପୁଅର ମୃତ ହୋଇଥିବା ଜଣାପଡିଛି। ମୃତ ମହିଳା ଜଣକ ହେଲେ ମନାସ ପରିଡା (୩୦ )ଓ ତାଙ୍କର ୬ ବର୍ଷର ପୁଅ ଆଶିଷ ପରିଡା।ବିଳମ୍ବିତ ରାତ୍ରିରେ ଶୋଇଥିବା ସମୟରେ ଏକ ବିଷଧର ସାପ କାମୁଡି ଥିଲା ଯାହାଫଳରେ ସେମାନଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ମନାସ ଓ ପୁଅ ଆଶିଷଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରିଥିଲେ। ସେଠାରେ ମା ଓ ପୁଅଙ୍କ ମୃତ୍ୟୁ ହୋଇଛି। ଉଭୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ବେଳେ ସର୍ପ ଦଂଶନରୁ ରକ୍ଷା ପାଇବା ପାଇଁ ମେଡିକାଲ୍ ଗୁଡିକରେ ଆବଶ୍ୟକ ପ୍ରତିକାର ତୁରନ୍ତ ଉପଲବ୍ଧ କରାଇବା ପାଇଁ ଦାବି ହୋଇଛି। ଏହି ଭଳି ଦୁଃଖଦ ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ଦେଖାଦେଇଛି।