Odiapua.com

ବିଶାକ୍ତ ଲସି ପିଇ ୧୦୦ରୁ ଉର୍ଦ୍ଦ ଅସୁସ୍ଥ,ଜଣେ ଝିଅ ମୃତ,ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଡାକ୍ତରି ଦଳ ପହଁଚିଲେ

ମାଲକାନଗିରି,୨ା୫(ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ପଡିଆ ବ୍ଲକସ୍ଥ କୁର୍ତିସାପ୍ତାହିକ ହାଟରେ ଲସି ପିଇ ୧୦୦ରୁଉର୍ଦ୍ଦ ଗ୍ରାମବାସୀ ଅସୁସ୍ଥ ହେବା ସହିତ ଜଣେ ବାଳିକାର ମୃତ୍ୟୁ ହୋଇଥିବାର ଜଣାପଡିଛି । କୁର୍ତି ଗ୍ରାମଠାରେ ଶୁକ୍ରବାର ଦିନ ସାପ୍ତାହିକ ହାଟବସିଥିଲା । ସେହି ହାଟକୁ କାଲଦାପାଲି,କୁର୍ତି ଓ ଆଖପାଖ ଗ୍ରାମର ଲୋକ ମାନେ ପନିପରିବା ସଉଦା ଆଣିବାକୁ ଯାଇଥିଲେ । ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଟାଣଖରା ହେଉଥିବାରୁ ଶୋଷ ମେଟାଂଇବା ପାଇଁ ହାଟରେ ବିକ୍ରିହେଉଥିବା ଦହିଲସି କୁ କାଲଦାପାଲି, ସିମିଳିବାଛାଂ, ଏମପିଭି୬୮,କାଙ୍ଗୁରକୋଣ୍ଡା,କୁର୍ତି ଟି ୫ଟି ଗ୍ରାମର ହାଟୁଆ ମାନେ ପିଇଥିଲେ । ହାଟ ସାରି ଲୋକମାନେ ନିଜ ନିଜ ଘରକୁ ଯାଇଥିଲେ ।ଘରେ ପହଁଚିବା କ୍ଷଣି ଲସି ପାଇଥିବା ୧୦୦ରୁ ଉର୍ଦ୍ଦ ଛୋଟ ଠାରୁ ବଡ ଲୋକପର୍ଯ୍ୟନ୍ତ ସମସ୍ତେ ଅସୁସ୍ଥ ହୋଇପଡି ଝାଡା ବାନ୍ତି ହୋଇଥିଲା । ସେମାନଙ୍କୁ ଆମ୍ବୁଲାନ୍ସ ଓ ଆଗ୍ନିଶମ ଗାଡି ଯୋଗେ ପଡିଆ ଡାକ୍ତର ଖାନକୁ ନିଆଯାଇ ଚିକିତ୍ସା ଆରମ୍ଭ କରାଯାଇଛି ।ଏକା ସାଙ୍ଗରେ ୧୩୧ଜଣ ଅସୁସ୍ଥ ହସପିଟାଲରେ ଭର୍ତି ହେବାରୁ ବେଡ ନଥିବାରୁ ହସପିଟାଲ ପରିସରରେ ଥିବା ଏକ ଗଛମୂଳରେ କିଛି ଅସୁସ୍ଥ ମହିଳା ଓ ଶିଶୁଙ୍କୁ ସାଲାଇନ ଲଗା ଯାଇ ଚିକିତ୍ସାକରାଯାଇ ଥିଲା । ମାଲକାନଗିରି,କାଲିମେଳା, ପଡିଆ ଡାକ୍ତରଖାନାରୁ ସ୍ୱତନ୍ତ୍ର ଏକ ଡାକ୍ତରି ଦଳ କାଲଦାପାଲି ଓ ତାର ଆଖପାଖ ଗ୍ରାମରେ ପହଁଚି ଅସ୍ଥାୟୀ ଚିକିତ୍ସା କ୍ୟାମ୍ପ ଆରମ୍ଭ କରିଛନ୍ତି । ଏହି ଘଟଣା ଜାଣିବାପରେ ଶନିବାର ଦିନ ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ,ସିଡିଏମଓ ଡାକ୍ତର ପ୍ରଫୁଲକୁମାର ନନ୍ଦ ପଡିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚି ଅସୁସ୍ଥ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା କଥା ପଚାରି ବୁଝିଥିଲେ ।ଶନିବାର ଦିନ କିଛି ବ୍ୟକ୍ତି ସୁସ୍ଥହୋଇ ନିଜ ଘରକୁ ଫେରିଥିବା ବେଳେ ଆଜି ମଧ୍ୟ ହସପିଟାଲରେ ପ୍ରାୟ୬୦ଜଣ ଭଳି ଚିକିତ୍ସିତ ହେଉଛନ୍ତି । ଲସି ପିଇଥିବା ସିମିଳିବାଛାଂ ଗ୍ରାମର ଆଡମା ମାଡକାମିଙ୍କ ୧୦ବର୍ଷର ଝିଅ ମନିକା ମାଡକାମି ଙ୍କର ଆଜି ତାଙ୍କ ଘରେ ମୃତ୍ୟୁ ଘଟିଛି । ତାଙ୍କର ତ୍ମୃତ୍ୟୁ ବିଶାକ୍ତ ଲସି ପ୍ରଭାବରେ ହୋଇଛି କି ଅନ୍ୟ କେଉଁକାରଣରୁ ହୋଇଛି ସେଠାକୁ ଏକ ଡାକ୍ତରରି ଦଳ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ପଡିଆ ଥାନାରେ ଏସଂପର୍କରେ ଏକ କେସ ରୁଜୁ ହେବାପରେ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରି ଲସି ବିକ୍ରି କରୁଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବାର ଜଣାପଡିଛି, ପୁଲିସ ଓ ଡାକ୍ତରୀ ଦଳଙ୍କ ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଲସି ଦୋକାନୀ ମାନେ ମାଛରେ ଦିଆଯାଇଥିବା ବରଫ ଓ ପଚାକଦଳି କୁ ବ୍ୟବହାର କରିଥିବାରୁ ତାହା ଫୁଡ ପଏଜନ ହୋଇଯାଇ ଥିବାର ସନ୍ଦେହ କରାଯାଉଛି । ଏବେ ପରିସ୍ଥିତ ଆୟତା ଧିନ ରହିଛି,ଲସି କେଉଁ କାରଣରୁ ବିଶାକ୍ତ ହେଲା ତାହାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱରକୁ ପଠାଯାଇଛି ବୋଲି ସିଡିଏମଓ ଡାକ୍ତର ଶ୍ରୀ ନନ୍ଦ ସୁଚନା ଦେଇଛନ୍ତି । ।