Odiapua.com

ବିଶଲପଟା ଷ୍ଟ୍ରକ୍‌ଚର ରେ ସଚେତନତା କାର୍ଯ୍ୟକ୍ରମ, ଉତ୍ତମ ବିଦ୍ୟୁତ୍ ସେବା ଓ କର୍ମଚାରୀ ସୁରକ୍ଷା ନେଇ ଆଲୋଚନା

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଉପଖଣ୍ଡ ବିଦ୍ୟୁତ୍ ବିଭାଗ ଅଧିନ(ଟିପିଏନ୍‌ଓଡିଏଲ୍‌) ବନ୍ତ ବ୍ଲକ୍ ଆଗରପଡ଼ା ସେକ୍ସନ୍ ବିସଲକଣା ଠାରେ ଆଜି କର୍ମଚାରୀ ମାନଙ୍କୁ ସଚେତନ କରାଯାଇଛି । ବିଦ୍ୟୁତ୍ ବିଭାଗର ବରିଷ୍ଠ କର୍ମଚାରୀ ମାନେ ଉପସ୍ଥିତ ରହି ଉପଭୋକ୍ତା ମାନେ କିପରି ଉତ୍ତମ ବିଦ୍ୟୁତ୍ ସେବା ପାଇ ପାରିବେ ସେଥିପ୍ରତି ସର୍ବଦା ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିବା ବେଳେ କ୍ଷେତ୍ରୀୟ କର୍ମଚାରୀ ମାନଙ୍କ ସୁରକ୍ଷାକୁ ଗୁରୁତ୍ୱାରୋପ କରାଯାଇଥିଲା । ଆତ୍ମଚିନ୍ତନ କାର୍ଯ୍ୟକ୍ରମରେ “ପରିବର୍ତ୍ତନ ସହଜ ନୁହେଁ କିନ୍ତୁ ଅସମ୍ଭବ ବି ନୁହେଁ ଶିର୍ଷକ” ଆଲୋଚନା କରାଯାଇଥିଲା । ପରେ ଭଦ୍ରକ ବିଦ୍ୟୁତ୍ କାର୍ଯ୍ୟାଳୟର ସହାୟକ ଉଦୟଭାନୁ ସାହୁଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ସଚେତନତା ସଭାକୁ ଆଗରପଡ଼ା ସେକ୍ସନ୍ ର ସହକାରୀ ଯନ୍ତ୍ରୀ ମନୋରଞ୍ଜନ ସାହୁ ସଭାପତିତ୍ତ୍ୱ କରିଥିଲେ । ଏଥିରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମନସ୍ୱୀନି ସାହୁ, ଭଦ୍ରକ କାର୍ଯ୍ୟାଳୟର ବାଣିଜ୍ୟ ମୁଖ୍ୟ ନିହାରକାନ୍ତ ଜେନା, ସୁରକ୍ଷା ଅଧିକାରୀ ପ୍ରିୟରଞ୍ଜନ ବେହେରା, ସୁରକ୍ଷା ପରିଚାଳକ ଚିନ୍ମୟ ବେହେରା, ଉପଖଣ୍ଡ ଅଧିକାରୀ ଦିପ୍ତିରଞ୍ଜନ ବିଶ୍ୱାଳ, ସହକାରୀ ପରିଚାଳକ(ନିୟମ) ରମେଶ ଚନ୍ଦ୍ର ଦାଶ, ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଭାଗୀୟ କ୍ଷେତ୍ରୀୟ କର୍ମଚାରୀ ମାନେ ବିଭିନ୍ନ ସମୟରେ ବିଦ୍ୟୁତ୍ ସେବା ଛିନ୍ନ କରିବା, ଦେୟ ଆଦାୟ କରିବା, ମିଟର ରିଡିଂ ନେବା ସମୟରେ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ସେଥିରୁ କିପରି ନିବୃତ ରହି ପାରିବା,ସର୍ବୋପରି ନିରବଛିନ୍ନ ବିଦ୍ୟୁତ୍ ସେବା ଓ କର୍ମଚାରୀଙ୍କୁ କିପରି ସୁରକ୍ଷା ଦିଆଯାଇ ପାରିବ ଗୁରୁତ୍ୱାରୋପ କରାଯାଇଥିଲା ।

ଏଠାରେ ବିଦ୍ୟୁତ୍ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଏକାଠୀ କରି ସହକାରୀ ଯନ୍ତ୍ରୀ ମନୋରଞ୍ଜନ ସାହୁଙ୍କ ଭବ୍ୟ ଆୟୋଜନକୁ ଉଚ୍ଚ ପ୍ରଶଂସା କରିଥିଲେ ଅତିଥି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ବିଭାଗର ବସନ୍ତ ସାହୁ, ରାଜେଶ ବାରିକ, ପ୍ରମୋଦ ଉପାଧ୍ୟାୟ, ସୋମ୍ୟରଞ୍ଜନ ବେହେରା, ମନୋଜ ଜେନା, ଦୟାନିଧି ଦାସ, ଦଶରଥ ବେହେରା, ଜୟଦେବ ଜେନା, ଅଶୋକ କୁମାର ଶଙ୍ଖୁଆ, ସତ୍ୟବ୍ରତ ପଣ୍ଡା ପ୍ରମୁଖଙ୍କୁ ଉପହାର, ପ୍ରମାଣପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ମାନସ ରଞ୍ଜନ ବେହେରା, ବାବାଜୀ ପରିଡ଼ା, ନିରାକାର ଦାସ, କୁଳମଣୀ ସାହୁ, ଅଶୋକ ଶଙ୍ଖୁଆ, ପ୍ରଶନ୍ନ ମହାନ୍ତି, ଚିନ୍ତାମଣୀ ଶତପଥୀ, ରମେଶ ବାରିକ, ସତ୍ୟରଞ୍ଜନ ଜନୋ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଞ୍ଚାର କଳା ଅନୁଷ୍ଠାନ ପକ୍ଷରୁ ପ୍ରିତି ପ୍ରତ୍ୟାଶା ପରିଡ଼ା, ସୌଭାଗ୍ୟ ମଞ୍ଜରି ପୁହାଣ, ସୁଶ୍ରୀ ସ୍ୱାଧିନା ଦାସ, ସୁବର୍ଣ୍ଣା ନାୟକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।