Odiapua.com

ବିଳମ୍ବିତ ରାତ୍ରିରେ ଅଜଣା ଗାଡ଼ି ଧକ୍କାରେ ଦୁଇଟି ହରିଣ ଆହତ

ପୁରୀ ୧-୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ କୋଣାର୍କ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଅଜଣା ଗାଡ଼ିଧକ୍କାରେ ଦୁଇଟି ହରିଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଇଥିଲେ କିନ୍ତୁ ବନବିଭାଗ ଗୋଟିଏ ହରିଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ମୃତ ହରିଣଟିକୁ ଉଦ୍ଧାର କରିନାହିଁ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ମୃତ ହରିଣଟିକୁ ନିକଟ ସ୍ଥାନୀୟ କିଛି ଲୋକ ନେଇ ଯାଇଥିବା ଖବର ବନବିଭାଗକୁ ଜଣାଇବା ସତ୍ତ୍ୱେ ଏବେ ଯାଏଁ ବନବିଭାଗ କିଛି ପଦକ୍ଷେପ ନେଇନାହାନ୍ତି କି ମୃତ ହରିଣଟିକୁ ଜବତ କରାଯାଇ ନାହିଁ। ପୁରୀ-କୋଣାର୍କ ବେଳାଭୂମି ରାସ୍ତାରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଉଦବେଗ ପ୍ରକାଶ ପାଇଛି।