Odiapua.com

ବିଲ୍ଡିଂରେ ଅଗ୍ନିକାଣ୍ଡ : ୨୮ ରୁ ୨୭ ମୃତ

ନୂଆଦିଲ୍ଲୀ ୧୭ ଡିସେମ୍ବର (ଓଡ଼ିଆ ପୁଅ) ପଶ୍ଚିମ ଜାପାନର ଏକ ବ୍ୟବସାୟିକ ଭବନରେ ଅଗ୍ନିକାଣ୍ଡରେ ଅତି କମରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସାଳୟରେ ଥିଲେ। ଓସାକାର ବ୍ୟସ୍ତବହୁଳ ଜିଲ୍ଲା ଅନ୍ତର୍ଗତ ଏକ ଅଫିସ୍ କୋଠାରୀର ଚତୁର୍ଥ ମହଲାରେ ଶୁକ୍ରବାର ଦିନ ରାତି ପ୍ରାୟ ୧୦ ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଓସାକା ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡରେ ଆହତ ହୋଇଥିବା ୨୮ ଜଣଙ୍କ ମଧ୍ୟରୁ ୨୭ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସେମାନେ ଭୟ କରୁଛନ୍ତି। କିନ୍ତୁ ଜାପାନରେ କେବଳ ଜଣେ ଡାକ୍ତର ଆନୁଷ୍ଠାନିକ ଭାବରେ ମୃତ ବ୍ୟକ୍ତିଙ୍କୁ ସାର୍ଟିଫିକେଟ୍ ଦେବା ପରେ ଏହା ଔପଚାରିକ ଭାବେ ମୃତ୍ୟୁ ଘୋଷଣା କରାଯିବ।

ଅଗ୍ନିକାଣ୍ଡ ଘଟାଇ ଥିବା ପୋଲିସ ସନ୍ଦେହ କରୁଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛିଯେ, ୫୦ ରୁ ୬୦ ବୟସର ଜଣେ ବ୍ୟକ୍ତି ନିଆଁ ଲାଗିବା ପୂର୍ବରୁ କ୍ଲିନିକର ରିସେପ୍ସନରେ କିଛି ଲିକ୍ୟୁଡ୍ ନେଇ ଯାଉଥିବାର ଦେଖାଯାଇଥିଲା। ଅବଶ୍ୟ ୩୦ ମିନିଟରେ ନିଆଁକୁ ବହୁ ପରିମାଣରେ ନିୟନ୍ତ୍ରଣକୁ ଅଣାଯାଇଥିଲା।