Odiapua.com

ବିଲଣା-ମିରିପୁରରୁ ଅଚିହ୍ନା ଲୋକର କଂକାଳ ଉଦ୍ଧାର

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ବିଲଣା ପଞ୍ଚାୟତ ବିଲଣା-ମିରିପୁର ରାସ୍ତା ଠାରୁ କିଛିଦୂରରେ ଥିବା ଜଣେ ବ୍ୟକ୍ତିଙ୍କ ଘେରାବାଡ଼ିରୁ ଜଣେ ଅଚିହ୍ନା ଲୋକର କଙ୍କାଳକୁ ପୁଲିସ ଶୁକ୍ରବାର ଉଦ୍ଧାର କରିଥିବା ଜଣାପଡ଼ିଛି । ପୁଲିସ ଏ ନେଇ ୨୨/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଉଦ୍ଧାର ହୋଇଥିବା କଂକାଳକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରକାଶ ଯେ, ବିଲଣା-ମିରିପୁର ରାସ୍ତାର କିଛି ଦୂରରେ ଥିବା ଏକ ଘେରାବାଡ଼ି ଭିତରେ ଏକ କଂକାଳ ପଡ଼ିଥିବା ଲୋକମାନେ ଦେଖି ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ । ବିଲଣା ସରପଞ୍ଚ ପବିତ୍ରା ବିଶ୍ୱାଳ କଂକାଳ ପଡ଼ିଥିବା ସଂପର୍କରେ ପୁଲିସକୁ ଖବର ଦେଇଥିଲେ । ତିହିଡ଼ି ଥାନା ଅଧିକାରୀ ଏମଡି ହାଫିଜଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଅରୁନ୍ଧତି ବେହେରା ଓ ପ୍ରଣବ କୁମାର ଗିରି ଘଟଣାସ୍ଥଳରେ ପହଞ୍ôଚ କଙ୍କାଳକୁ ଉଦ୍ଧାର କରିଥିଲେ । ତେବେ ଦୀର୍ଘଦିନ ହେବ ଶବଟି ପଡ଼ି ରହିଥିବାରୁ କଂକାଳରେ ପରିଣତ ହୋଇ ଯାଇଛି । ସରପଞ୍ଚଙ୍କ ପ୍ରତିନିଧି ବିଶ୍ୱରଂଜନ ନାୟକ ବ୍ୟବଚ୍ଛେଦ କରାଯିବାର ସମସ୍ତ ସହଯୋଗ କରିଥିଲେ ।