Odiapua.com

ବିଲଣାରେ ବିଶାଳ ସ୍ୱାସ୍ଥ୍ୟ ଶିବିର, ୮ହଜାର ରୋଗୀ ହେଲେ ପଞ୍ଜୀକୃତ, ସ୍ୱାସ୍ଥ୍ୟସେବାକୁ ଲୋକାଭିମୁଖୀ କରିବା ପାଇଁ ନବୀନ ସରକାରର ଲକ୍ଷ୍ୟ : ସଂଜୟ ଦାସବର୍ମା

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ବିଲଣା ସହଯୋଗ ସରକାରୀ ହାଇସ୍କୁଲରେ ରବିବାର ବିଶାଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଏହି ଅବସରରେ ଜିଲା ପରିଷଦ ସଭ୍ୟା ତଥା ଜିଲା ବିଜୁ ମହିଳା ଦଳ ସଭାନେତ୍ରୀ ସୁଶ୍ରୀ ବିଦ୍ୟୁତଲତା ନାୟକଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ପର୍ଯ୍ୟବେକ୍ଷକ ଶ୍ରୀ ଦାସ ଯୋଗ ଦେଇ କହିଥିଲେ ଯେ, ସ୍ୱାସ୍ଥ୍ୟସେବାକୁ ଲୋକାଭିମୁଖୀ କରି ଘରେ ଘରେ ପହଞ୍ଚାଇବା ପାଇଁ ନବୀନ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥି ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ ମାଧ୍ୟମରେ ମହିଳାଙ୍କୁ ୧୦ଲକ୍ଷ ଓ ପୁରୁଷଙ୍କୁ ୫ଲକ୍ଷ ଟଙ୍କା ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଏହି ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗଦେଇ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି, ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ବିଧାୟକ ବିଜୟ ନାୟକ ଓ ମୁକ୍ତିକାନ୍ତ ମଣ୍ଡଳ, ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସ୍ୱାସ୍ଥ୍ୟ ଶିବିର ସଂଯୋଜକ ଡା. ସଞ୍ଜୟ କୁମାର ଦାସ, ବିଜେଡି ରାଜ୍ୟ ସମ୍ପାଦକ ଓଡିଶା ମୋ ପରିବାର ଅଜୟ ନାୟକ, ଧାମନଗର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ଜିଲା ପରିଷଦ ସଭ୍ୟା ରୁଜାତା ପଣ୍ଡା, ବିଜେଡି ଜିଲା ସାଧାରଣ ସମ୍ପାଦକ ଚିନ୍ତାମଣି ଦାସ, ଜିଲା ମହିଳା ଉପ ସଭାନେତ୍ରୀ ଦେବକୀ ଦାସ, ବରିଷ୍ଠ ବିଜେଡି ନେତା ହରେକୃଷ୍ଣ ପାଢୀ, ମଧୁସ୍ମିତା ପାତ୍ର ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ ।

ରାଜ୍ୟ ବିଜେଡି ଯୁବ ସମ୍ପାଦକ ଅମ୍ବିକା ପ୍ରସାଦ ମହାନ୍ତି, ପୂର୍ବତନ ସରପଞ୍ଚ ହରେକୃଷ୍ଣ ଜେନା, କମଳାକାନ୍ତ ଦାସ, ଶରତ ଦାସ, ପ୍ରଫୁଲ୍ଲ ଦାସ, ସମିତିସଭ୍ୟ ଜୟପ୍ରକାଶ ମଲିକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଡା.ସଞ୍ଜୟ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ବିଭିନ୍ନ ଅଞ୍ଚଳରୁ ମୋଟ ୮ହଜାର ରୋଗୀ ପଞ୍ଜିକୃତ ହୋଇ ଚିକିତ୍ସିତ ହୋଇଥିଲେ । ରୋଗୀମାନଙ୍କୁ ଚିକିତ୍ସା ସହ ଔଷଧ ବିତରଣ କରାଯାଇଥିଲା । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ସନ୍ତୋଷ କୁମାର ପାତ୍ର ଓ ମୁଖ୍ୟ ସ୍ୱାସ୍ଥ୍ୟସେବା ପରିଚାଳକ ଡା.ସୁବାସ କୁମାର ନାୟକଙ୍କ ପରିଚାଳନାରେ ୧୪ଟି ବିଭାଗର ୬୨ଜଣ ଡାକ୍ତର ରୋଗୀଙ୍କୁ ଚିକିତ୍ସା କରିଥିଲେ । ଧାମନଗର ଯୁବବିଜେଡି ସଭାପତି ସୁଧନ୍ୱା ନାୟକ, ଜିଲା ସାଧାରଣ ସମ୍ପାଦକ ପ୍ରଦୀପ ପଣ୍ଡା, ବିଲଣା ସରପଞ୍ଚ ପ୍ରତିନିଧି ବିଶ୍ୱଜିତ୍ ନାୟକ, ଧନଞ୍ଜୟ ନାୟକ, ଶିଶିର ପଣ୍ଡା, ଭୀମସେନ ବାରିକ, ସରପଞ୍ଚ ପବିତ୍ର ମଲିକ, ଗୌରୀଶଙ୍କର ଜେନା ଓ ସୁବାସିନୀ ଜେନା, ପୂର୍ବତନ ସରପଞ୍ଚ ଶଶଧର ସାମଲ, ବିଜେଡି ନେତା ରଘୁନାଥ ମଲିକ, ଦୟାନିଧି ମିଶ୍ର, ବିଷ୍ଣୁ ଜେନା, ପ୍ରଶାନ୍ତ ଖଟୁଆ, ସୁବୋଧ ମିଶ୍ର, ପ୍ରମୋଦ ଖଟୁଆ, ଅମର ମଳିକ, ସତ୍ୟବ୍ରତ ନାୟକ, ଉତ୍ତରଓଡ଼ିଶା ଜୋନ ବିଜେଡି ସମ୍ପାଦକ କିଶାନ ରାଉତ, ଧାମନଗର ଯୁବ ବିଜେଡି ସଭାପତି ଭାରତ ବିଜୟ ଦଳେଇ, ରାଜ୍ୟ ଯୁଗ୍ମ ବିଜେଡି ସମ୍ପାଦକ ରାକେଶ ପଣ୍ଡାଙ୍କ ସମେତ ୧୨୦ ପାରାମେଡିକାଲ କର୍ମଚାରୀ, ଶ୍ରୀ ସତ୍ୟସାଇ ସେବା ସଂଗଠନ ବୋଡ଼କର କର୍ମକର୍ତ୍ତା, ତିହିଡି ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ, ଆଶା, ଅଙ୍ଗନୱାଡି କର୍ମୀ, ଯୁବ ବିଜେଡି, ଛାତ୍ରବିଜେଡିକର୍ମୀଙ୍କ ସମେତ ଧାମନଗର ନିର୍ବାଚନମଣ୍ଡଳୀ ୧୩ ପଞ୍ଚାୟତର ସ୍ୱେଚ୍ଛାସେବୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଶିବିରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ତିହିଡ଼ି ପୁଲିସ ମୁତୟନ ହୋଇଥିଲେ ।