Odiapua.com

ବିରୁହା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ରେ ବିରୁହା କ୍ଲଷ୍ଟର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଯାହାଙ୍ଗିର ସ୍ଥିତ ଜନତା ଉଚ୍ଚ ବିଦ୍ୟାଳୟ ପରିସର ରେ ଗୁରୁବାର ଦିନ ଅନୁଷ୍ଟିତ ହୋଇଯାଇଛି ।ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଚିନ୍ମୟ ଜେନା ଙ୍କ ସଭାପତିତ୍ୱ ରେ ଧାମନଗର ବ୍ଲକ ର ଅତିରିକ୍ତ ଶିକ୍ଷାଧିକାରୀ ସତ୍ୟ ସୁନ୍ଦର ପରିଡା ,ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚନ୍ଦ୍ର ବାରିକ,ନିତ୍ୟାନନ୍ଦ ଘଡାଇ,ବିପିନ ବିହାରୀ ରାଉତ, ନଦୀଗାଁ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ମଲିକ, ଦଳାଙ୍ଗ ସ୍କୁଲ ର ପ୍ରଧାନ ଶିକ୍ଷକ ଏମ ଡି ହବିବୁର କରିମି ,ପଂଚ ଶଖା ସେତୁ ର ସଭାପତି ବିରଞ୍ଚି ନାରାୟଣ ରାଉତ,ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଦେବ ବ୍ରତ ଘଡାଇ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନେ ଦେଶର ଭବିଶ୍ୱତ ସେମାନଙ୍କ ର ବିଭିନ୍ନ ପ୍ରତିଭାକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ସେମାନଙ୍କର ବିଭିନ୍ନ ପ୍ରତିଭାକୁ ବିକଶିତ ପାଇଁ ସୁରଭି ମାଧ୍ୟମରେ ପ୍ରତିଯୋଗିତା କରା ପ୍ରତିଭା ଚୟନ କରାଯାଉଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସିଆରସିସି ବ୍ରହ୍ମାନନ୍ଦ ଜେନା କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବା ବେଳେ ଶିକ୍ଷକ ପ୍ରଦୀପ କୁମାର ପତି ବେଦ ପାଠ କରିଥିଲେ । ଦଳାଙ୍ଗ ନୋଡାଲ ୟୁପି ସ୍କୁଲର ଅଷ୍ଟମ ଶ୍ରେଣୀ ର ଛାତ୍ରୀ ଅଲ ଉଇନୀ ମୀରାକିଲ୍ ନାୟକ ସୁରଭୀ କାର୍ଯ୍ୟକ୍ରମ ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରି ସମସ୍ତ ଙ୍କ ମନ କୁ ଜିଣି ପାରିଥିଲେ ।ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ବାବୁ ରାମ ମଲିକ,ବିପିନି ମଲିକ,ବିଦ୍ୟାଧର ବାରିକ,ସସ୍ମିତା ବାରିକ,ଅକ୍ଷୟ ନାୟକ,ପ୍ରଗତିକା ଜେନା,ଅରୁଣ ଚନ୍ଦ୍ର ବାରିକ,ଅର୍ଜୁନ ଦତ,ଶଶୀ କାନ୍ତ ତରାଇ ପ୍ରମୁଖୁ ପରିଚାଳନା କରିଥିଲେ । କ୍ଲଷ୍ଟର ରେ ୧୨ ଟି ବିଦ୍ୟାଳୟ ର ୨୦୦ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ ।