Odiapua.com

ବିରୁହାଁ ଛକ ଜବରଦଖଲ ଉଚ୍ଛେଦ ପାଇଁ ତହସିଲ ପକ୍ଷରୁ ନୋଟିସ

ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତ ବିରୁହାଁ ଛକରେ ସରକାରୀ ଜମିକୁ କେତେକ ଲୋକ ଜବରଦଖଲ କରିଛନ୍ତି। ଏହି ସ୍ଥାନରେ ଜବରଦଖଲ ବଢୁଥିବାରୁ ସ୍ଥାନୀୟ ଲୋକ ତହସିଲଦାରଙ୍କ ନିକଟରେ ବହୁବାର ଅଭିଯୋଗ କରିଥିଲେ। ହେଲେ ତହସିଲ ପକ୍ଷରୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଅନ୍ୟ କେତେକ ଲୋକ ଅନ୍ୟ ସରକାରୀ ଜମିକୁ ଜବରଦଖଲ କରି ଖୁଣ୍ଟ ପୋତି ଜମିକୁ ଅବରୋଧ କରିଥିଲେ। ଏନେଇ ପରିସ୍ଥିତି ଉତ୍ତେଜନା ମୂଳକ ହେବାରୁ କିଛି ଦିନ ପୂର୍ବେ ତହସିଲ ସୁପରଭାଇଜର ଓ ରାଜସ୍ୱ ନିରୀକ୍ଷକ ସେଠାରେ ପହଞ୍ôଚ ସ୍ଥିତି ଅନୁଧଧ୍ୟାନ କରିଥିଲେ। ପରେ ସେଠାରେ ସରକାରୀ ଜମିକୁ ଯେଉଁମାନେ ଜବରଦଖଲ କରିଛନ୍ତି ୩୦ ଦିନ ମଧ୍ୟରେ ଉଚ୍ଛେଦ ପାଇଁ ତହଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି। ଏହି ନୋଟିସ ପରେ ଜବରଦଖଲ କରିଥିବା ଦୋକାନୀ ସହିତ ଅନ୍ୟ ଦୋକାନୀ ମାନେ ଦୁଇଦିନ ହେଲା ବଜାର ବନ୍ଦ କରିଛନ୍ତି। ପ୍ରକାଶ ଥାଉକି ଏହି ବଜାରରେ କେତେକ ନିଜସ୍ୱ ଜମିରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଅନ୍ୟ କେତେକ ବ୍ୟକ୍ତି ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲ କରିବା ସହିତ ରାସ୍ତାକୁ ମାଡି ଦୋକାନ କରିଛନ୍ତି। ଫଳରେ ଯାତାୟତରେ ଅସୁବିଧା ହେବା ସହିତ ବିଭିନ୍ନ ଦୁର୍ଘଟଣା ଘଟୁଥିଲା। ଏହାକୁ ଲକ୍ଷ୍ୟ କରି ସ୍ଥାନୀୟ ଲୋକେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ।