Odiapua.com

ବିରାଟ କୋହଲି ଟେଷ୍ଟ ମ୍ୟାଚର ଅଧିନାୟକ ପଦ ଛାଡିଲେ

ନୂଆ ଦିଲ୍ଲୀ ୧୫ -୧ (ଓଡ଼ିଆ ପୁଅ) ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିଲେ ବିରାଟ କୋହଲି। ଆଫ୍ରିକାରେ ପରାଜୟ ପରେ ବଡ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟଯେ, ବିରାଟ କୋହଲି ଟି -୨୦ ଏବଂ ODI ର ଅଧିନାୟକତ୍ୱ ଛାଡି ସାରିଛନ୍ତି।

ବିରାଟ କୋହଲି ବର୍ତ୍ତମାନ ODI ଏବଂ T20 ପରେ ଭାରତର ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିଛନ୍ତି। ସେ ଟ୍ୱିଟ୍ କରି ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ସେ ଟିମ୍ ଇଣ୍ଡିଆ ପାଇଁ ୬୮ ଟି ଟେଷ୍ଟ ମ୍ୟାଚ୍ ଅଧିନାୟକ କରିଛନ୍ତି। ଏହି ସମୟ ମଧ୍ୟରେ ଭାରତ ୪୦ ଟି ମ୍ୟାଚ୍ ଜିତିଛି ଏବଂ ୧୭ ରେ ପରାଜୟର ସମ୍ମୁଖୀନ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ନିକଟରେ ଟିମ୍ ଇଣ୍ଡିଆ ୧-୨-ପରାଜୟର ସମ୍ମୁଖୀନ ହୋଇଛି।

ଶନିବାର ଦିନ କୋହଲି ସୋସିଆଲ ମିଡିଆରେ ଏକ ବାର୍ତ୍ତାରେ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

ନିକଟରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ଭାରତ ୧-୨ ରେ ହାରିଛି। ସିରିଜର ପ୍ରଥମ ମ୍ୟାଚ୍ ଜିତିବା ପରେ ଦଳ ସମ୍ପ୍ରତି ସମାଲୋଚନାର ଶିକାର ହୋଇଥିଲା