Odiapua.com

ବିରାଟଙ୍କ ଏହି ଫଟୋ ରେ ତାଙ୍କୁ ମିଳିଲା ଏମିତି କମେଣ୍ଟ

ନୂଆଦିଲ୍ଲୀ,୨୧/୦୮,(ଓଡ଼ିଆ ପୁଅ /ପି ନାଏକ): ଭାରତୀୟ କ୍ରିକେଟ ଟିମ ଏବେ ୱେଷ୍ଟଣ୍ଡିଜ ଗସ୍ତରେ ରହିଛି। ସେଠାରେ ଭାରତୀୟ ଟିମ୍‌ ଟି-୨୦ ଏବଂ ଦିନିକିଆ ସିରିଜ ଜିତି ସାରିଥିବା ବେଳେ ଏବେ ଟେଷ୍ଟ ମ୍ୟାଚ ଉପରେ ନଜର ରହିଛି। ଏହି ଟେଷ୍ଟ ସିରିଜ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହି ମ୍ୟାଚ ହେବା ପୂର୍ବରୁ ଟିମ୍‌ ସଦସ୍ୟ ମସ୍ତି କରିବା ମୁଡରେ ନଜର ଆସିଥିଲେ।

ଏପରି ଏକ ମସ୍ତି ବେଳର ଫଟୋ ବିରାଟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଯାହାକୁ ଦେଖି ଯୁବତୀମାନଙ୍କ ହୋସ ଉଡିଯାଇଛି। ଖାସ୍‌ ଏଥିପାଇଁ ବିରାଟଙ୍କ ପୋଷ୍ଟରେ ଯୁବତୀମାନଙ୍କ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଆସୁଛି।କଥା କ’ଣ କି, ବିରାଟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସାଥୀ ଖେଳାଳୀଙ୍କ ସହିତ ପୁଲରେ ଗାଧୋଇବାର ଏକ ଫଟୋ ପୋଷ୍ଟ କରିଥିଲେ।

ଯେଉଁଥିରେ ଖେଳାଳିମାନଙ୍କ ସିକ୍ସ ପ୍ୟାକ ଆବ୍ସ ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ଯୁବତୀମାନେ ପାଗଳ ପ୍ରାୟ ହୋଇଯାଇଛନ୍ତି। ବିରାଟଙ୍କୁ ଏପର୍ଯ୍ୟନ୍ତ ୫ ହଜାରରୁ ଉର୍ଦ୍ଧ୍ୱ କମେଣ୍ଟ ଯୁବତୀମାନଙ୍କର ମିଳିସାରିଲାଣି। ଏଥିରେ କିଛି ଯୁବତୀଙ୍କ କମେଣ୍ଟ ବହୁତ ମଜଦାର ରହିଛି।

ଏହି ପୋଷ୍ଟରେ ସାନିଆ ନାମ୍ନୀ ଜଣେ ଯୁବତୀ କମେଣ୍ଟରେ କହିଛନ୍ତି, ‘ ମୁଁ ସିଙ୍ଗଲ ଅଛି, ପ୍ଲିଜ୍‌ କିଏ ମୋ ବଏଫ୍ରେଣ୍ଡ୍‌ ହେଇଯାଅ’।