Odiapua.com

ବିରଳ ପ୍ରଜାତିର ୧୦ ଫୁଟିଆ ଅଜଗର ସାପ ଉଦ୍ଧାର

ବଲାଙ୍ଗୀର, ୧୩-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀରରୁ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତୀର ୧୦ ଫୁଟିଆ ଅଜଗର ସାପ। ସହରର ଗାନ୍ଧୀ ନଗର ପଡା ଛକରେ ଥିବା ଲୋକନାଥ ମନ୍ଦିର ସମ୍ମୁଖରେ ଥିବା ଗଛ ଉପରୁ ଉଦ୍ଧାର ହୋଇଛି ଅଜଗର। ପ୍ରଥମେ ଲୋକେ ଜନ ବସତି ସ୍ଥାନରେ ଦେଖିବା ପରେ ଭୟଭୀତ ହୋଇ ସ୍ନେକ ହେଲପଲାଇନ୍ ତଥା ସହରର ଏକ ଜଣାଶୁଣା କର୍ତ୍ତବ୍ୟ ଫାଉଡେସନକୁ ଫୋନରେ ଯୋଗାଯୋଗ କରିଥିଲେ। କର୍ତ୍ତବ୍ୟ ଫାଉଡେସନ ସଙ୍ଘ ସଦସ୍ୟ ଆସି ସାପ ଟିକୁ ଉଦ୍ଧାର କରି ନିକଟରେ ଥିବା ଜଙ୍ଗଲରେ ଛାଡି ଦେଇଥିବା ସୂଚନା ମିଳିଛି। ତେବେ ସହର ମଧ୍ୟକୁ ଏଭଳି ଅନେକ ମାରାତ୍ମକ ତଥା ବିଷଧର ସାପ ଆସୁଥିବା ବେଳେ ପ୍ରଶାସନ ତରଫରୁ କୌଣସି ବିହିତ ବ୍ୟବସ୍ଥା ନ ଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।