Odiapua.com

ବିରଳ ପ୍ରଜାତିର କଇଁଛ ଉଦ୍ଧାର

କଟକ, ୦୧/୧୧, (ଓଡ଼ିଆ ପୁଅ ପି ନାୟକ): ମାଛ ବଦଳରେ ବନିଶୀ କଣ୍ଟାରେ ଲାଗିଲା ବିରଳ କଇଁଛ। କଟକ ବନଖଣ୍ଡ ଅନ୍ତର୍ଗତ ଡାଳିଯୋଡାରୁ ଆଜି ଉଦ୍ଧାର ହୋଇଛି ଏକ ବିରଳ କଇଁଛ। ତେବେ ସେଠାରେ କିଛି ଲୋକେ ବନିଶୀ ପକାଇ ମାଛ ଧରୁଥିଲେ। ସେହି ସମୟରେ ବନିଶୀ ଉଠାଇବା ବେଳକୁ ଓଜନ ଲାଗିଥିଲା। ସମସ୍ତେ ଭାବିଥିଲେ ବଡ଼ ମାଛ ଲାଗିଥିବ। ହେଲେ ବନିଶୀ କଣ୍ଟାରେ ଲାଗିଥିଲା ଏହି ବିଶାଳ କଇଁଛ। ପରେ ଏନେଇ ବନବିଭାଗକୁ ଖବର ଦିଆଯାଇଥିଲା। ତେବେ ବନିଶୀ କଣ୍ଟାର ଅଘାତ ପାଇ କଇଁଛଟି ଅସୁସ୍ଥ ହୋଇପଡିଥିବାରୁ ତାକୁ ଚିକିତ୍ସା ପାଇଁ ଭୁବନେଶ୍ବର ଓୟୁଏଟିକୁ ଆଣିଲା ବନବିଭାଗ। କଇଁଛର ଓଜନ ପାଖାପାଖି ୫୦କେଜି ବୋଲି ବନବିଭାଗ କହିଛି।