Odiapua.com

ବିରଳ ପ୍ରଜାତିର ମଣ୍ଡା ମଇଁଷି ଜାତୀୟ ମାନ୍ୟତା ପାଇବାପରେ ଖୁସି ମନାଇଲେ ଆଦିବାସୀ

ମାଲକାନଗିରି,୧୧ା୯(ଓଡିଆ ପୁଅ )ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ମୁଦୁଲିପଡା,ଅଣ୍ଡ୍ରାହଲ ପଚାଂୟତ ବଣ୍ଡାଘାଟି ସହିତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ,ମାଥିଲି ବ୍ଲକ ଅଚଂଳରେ ଥିବା ବିରଳ ପ୍ରଜାତି ର ମଣ୍ଡା ମଇଁଷି ଙ୍କୁ ମିଳିଛି ଜାତୀୟ ମାନ୍ୟତା ।ପହାଡିଆ ଢାଲୁ ଅଚଂଳରେ ବସବାସ କରୁଥିବା ଆଦିବାସୀ ମାନେ ଏହି ବିରଳ ପ୍ରଜାତୀର ମଇଁଷି କୁ ଗୃହପାଳିତ ପ୍ରାଣୀ ଭାବେ ପାଳନ କରିଥାନ୍ତି । ସେମାନେ ପାଳିଥିବା ମଇଁଷି ଙ୍କୁ ଜାତୀୟସ୍ତରରେ ମାନ୍ୟତା ମିଳିଥିବାରୁ ମୁଦୁଲିପଡା,ଅଣ୍ଡ୍ରାହଲ ବଣ୍ଡାଘାଟିର ଆଦିମ ବଣ୍ଡା ଜନଜାତୀ ଓ ମାଥିଲି, ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳର ଆଦିବାସୀ ମାନେ ଖୁସିମନାଇ ସେମାନଙ୍କ ବିରଳ ମାନ୍ଦା ମଇଁଷି ମାନଙ୍କୁ ଫୁଲଚନ୍ଦନ,ଧୁପ ଦୀପ ଦେଇ ପୂଜା କରିଛନ୍ତି । ଏହି ବିରଳ ପ୍ରଜାତୀର ମାନ୍ଦା ମଇଁଷି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା,ଖଇରପୁଟ,ମାଥିଲି ବ୍ଲକର ପାହାଡିଆ ଅଚଂଳରେ ବସବାସ କରୁଥିବା ଆଦିବାସୀ ମାନଙ୍କ ନିକଟରେ ଅଛି । ନ୍ୟାସନାଲ ବ୍ୟୁରୋ ଅଫ ଆନିମଲ ଜେନଟିକ ରିସୋର୍ସ ସଂସ୍ଥା ପକ୍ଷରୁ ଏହି ବିରଳ ପ୍ରଜାତୀର ମାନ୍ଦା ମଇଁଷି ଙ୍କୁ ଦେଶର ୧୯ତମ ସ୍ୱତନ୍ତ୍ର ପ୍ରଜାତି ମାନ୍ୟତା ମିଳିଛି ,ଏହି ମଇଁଷି ମାନେ ସାଧାରଣ ମଇଁଷିଙ୍କ ଠାରୁ ଭିନ୍ନ , ସେ ମାନଙ୍କର ରୋଗପ୍ରତି ରୋଧକ ଶକ୍ତି ଖୁବ ଅଧିକ,ସେମାନେ ଅଧିକ ଶକ୍ତିଶାଳୀ ଓ ପରିଶ୍ରମି ହୋଇ ଥିବାରୁ ଅଣ୍ଡିରା ମଇଁଷି ମାନଙ୍କୁ ଆଦିବାସୀମାନେ ପାହଡ ଢାଲୁ ଅଚଂଳରେ ଜମିରେ ହଳ କରି ଜମି ଚଷି ଥାନ୍ତି । ମାଇ ମଇଁଷି ମାନେ ଥରକେ ୩ରୁ ୪ଲିଟ କ୍ଷୀର ଦେଇଥାନ୍ତି, ଏହା ଦ୍ୱାରା ଆଦିବାସୀଙ୍କ ଜୀବିକା ନିର୍ବାହରେ ସହାୟକ ହୋଇଥାଏ ,ଏହି ମଇଁଷି ମାନଙ୍କର ସବୁ ପ୍ରତିକୁଳ ପରିବେଶରେ ବଚିଂ ରହିବାର କ୍ଷମତା ରହିଛି, ଏମାନେ ଜନ୍ମର ୪ବର୍ଷ ପରେ ଗର୍ଭଧାରଣ କ୍ଷମତା ରହି ବାଛୁରୀ ଜନ୍ମ ଦେଇଥାନ୍ତି ।ପ୍ରତି ୨ବର୍ଷରେ ଥରେ ବାଛୁରୀ ଜନ୍ମ ଦେଇଥାନ୍ତି ।ଏମାନେ ୨୦ବର୍ଷରୁ ଉର୍ଦ୍ଦ ବଚିଂ ରହିଥାନ୍ତି । ଏମାନଙ୍କ ପାଳନ ପାଇଁ କମ ଖର୍ଚକରିବାକୁ ପଡିଥାଏ ,ଏମାନେ ସାଧାରଣତ ଜଙ୍ଗଲର ଡାଳ,ପତ୍ର ଘାଷ ଖାଇ ବଚିଂଥାନ୍ତି । ମତ୍ସ ଓ ପ୍ରାଣୀ ସମ୍ପଦ ବିଭାଗ ଓ ଓଡିଶା କୃଷି ବିଶ୍ୱବିଦ୍ୟାଳୟ(ଓୟୁଏଟି) ପକ୍ଷରୁ ପ୍ରଥମେ ୨୦୦୯ ମସିହାରେ ପ୍ରଫେସର ସୁଶାନ୍ତ କୁମାର ଦାଶ ଓ ଅନ୍ୟାନ ବିଶେଷଜ୍ଞ ମାନଙ୍କ ପକ୍ଷରୁ ସର୍ଭେ କରାଯାଇ ଏହି ବିରଳ ପ୍ରଜାତିର ମାନ୍ଦା ମଇଁଷିଙ୍କୁ ଚିହ୍ନଟ କରାଯାଇ ରିପୋର୍ଟ ଜାତୀୟ ପ୍ରାଣୀ ସମ୍ପଦ ବିଭାଗକୁ ପଠା ଯାଇଥିଲା । ୨୦୧୨ ମସିହାରେ ପୁଣି ଥରେ ଏହାର ସର୍ଭେ ହେଲା,୨୦୧୮ ମସିହାରେ ଜାତୀୟ ପ୍ରାଣୀ ସମ୍ପଦ ବିଭାଗ ଓଡିଶାକୁ ଆସି ବିରଳ ପ୍ରଜାତିର ମାନ୍ଦା ମଇଁଷି ମାନଙ୍କୁ ଆଉଥରି ଚିହ୍ନଟ କରି ସେମାନଙ୍କ ଉପରେ ଅନୁଧ୍ୟାନ କରି କେନ୍ଦ୍ରସରକାରଙ୍କୁ ରିପୋର୍ଟ ଦେଇଥିଲେ । ସେହି ରିପୋର୍ଟ ଅନୁସାରେ ନ୍ୟାସନାଲ ବ୍ୟୁରୋ ଅଫ ଆନିମଲ ଜେନଟିକ ରିସୋର୍ସ ସଂସ୍ଥା ପକ୍ଷରୁ ଏହି ବିରଳ ପ୍ରଜାତୀର ମଣ୍ଡା ମଇଁଷି ଙ୍କୁ ଦେଶର ୧୯ତମ ସ୍ୱତନ୍ତ୍ର ପ୍ରଜାତି ମାନ୍ୟତା ମିଳିଛି ,ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରେ ପ୍ରାୟ ୧୦ହଜାରରୁ ଉର୍ଦ୍ଦ ଏହି ବିରଳ ପ୍ରଜାତିର ମାନ୍ଦା ମଇଁଷି ଥିବାର ଜଣାପଡିଛି । ଏହି ମଇଁଷିଙ୍କୁ ଜାତୀୟ ସ୍ତରରେ ମାନ୍ୟତା ମିଳିବାପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତ ଭାବେ ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଗୃହପାଳିତ ପ୍ରଣୀ ଭାବେ ରହିଥିବା ମାନ୍ଦା ମଇଁଷିଙ୍କ ସୁରକ୍ଷା,ବଂଶ ବୃଦ୍ଧି ଉପରେ ଅଧିକ ଗରୁତ୍ୱ ଦେବା ପାଇଁ ନିସ୍ପତି ନେଇଛନ୍ତି ବୋଲି ମାଲକାନଗିରି ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସକ ଡା ସାରଙ୍ଗଧର ସତପଥୀ ଖୁସି ପ୍ରକଟ କରି କହିଛନ୍ତି ।