ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ୟାଗଭୂମିର ସଭାପତି ଅଜୟ କୁମାର ନାୟକଙ୍କ ସଭାପତିତ୍ୱରେ ଉଦ୍ଘାଟକ ଭଦ୍ରକ ଜିଲ୍ଲାପାଳ ଦିଲ୍ଲିପ ରାଉରାୟଙ୍କ କରକମଳରେ ସନ୍ଧ୍ୟା ୫ ଘଟିକା ସମୟରେ ଉଦ୍ଘାଟନ ସହ ମୁଖପତ୍ର “ବିମଳାଶ୍ରୀ” ସାଂସ୍କୃତିକ ପତ୍ରିକା ଉନ୍ମୋଚିତ ହୋଇଥିଲା। ସ୍ୱାଗତ ସଂଗିତ ଗୁରୁ ସୁରେନ୍ଦ୍ର ଗାହାଣ ଓ ସାଥି ଏବଂ ସ୍ୱାଗତ ନୃତ୍ୟ ଋତିକା ମହାପାତ୍ରଙ୍କ ବେଦପାଠ ଦେବସ୍ମିତା ମିଶ୍ରଙ୍କ ଦ୍ୱାରା ପରିବେଶଣ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ, ନାଟ୍ୟ ନିର୍ଦ୍ଦେଶନ ତଥା ଶତାଦ୍ଦି କଳାକାର ପ୍ରତିଷ୍ଠାତା ଧିରେନ୍ଦ୍ର ନାଥ ମଲ୍ଲିକ୍, ମୁଖ୍ୟବକ୍ତା ପ୍ରଫେସର କ୍ଷୀରୋଦ କୁମାର ସାମଲ, ସମ୍ମାନୀତ ବକ୍ତା ଶଶଧର ଦାସ, ରାଧାକାନ୍ତ ସାମଲ, ସରପଂଚ ସ୍ୱପ୍ନାରାଣୀ ରାଉତରା, ସମିତୀ ସଭ୍ୟ ଶ୍ରୀଧର ନାୟକ, ପଣ୍ଡିତ ମଦନ ମୋହନ ମିଶ୍ର ଯେଗାଦାନ କରି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଯୁଗଳ କିଶୋର ପଟ୍ଟନାୟକ, ଧିରେନ୍ଦ୍ର ନାଥ ମଲ୍ଲିକ, ଅଭିନେତ୍ରୀ କାନ୍ତା ସିଂ, ସମାଜସେବୀ ବସନ୍ତ କୁମାର ଜେନା, ଜିଲ୍ଲା ବ୍ୟୁରୋ ମୁଖ୍ୟ ନରେନ୍ଦ୍ର ସାମଲ, ଶିଳ୍ପିଶ୍ରୀ ଅଧ୍ୟକ୍ଷ ମୋହିନୀ ମୋହନ ମହାପାତ୍ର, ସଂଗିତ ନିର୍ଦ୍ଦେଶକ ସୁବାସ ରାମ, ରୋଟାରିଧାନ ଶାନ୍ତି ସ୍ୱରୂପ ମିଶ୍ର ଏବଂ ଅମୀୟ ସେଠୀ ନିଜ ନିଜ ପ୍ରତିଭା ପାଇଁ ସମ୍ମାନୀତ ହୋଇଥିଲେ। ସାଂସ୍କୃତିକ ପ୍ରତିଯୋଗିତାରେ କନିଷ୍ଠ ବର୍ଗ କୃତି ଛାତ୍ର, ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇ ପଣ୍ଡିତ ମଦନ ମୋହନ ମିଶ୍ରଙ୍କ ରଚିତ ନାଟକ “ତୃଷ୍ଣା” ଗୌରାଙ୍ଗ ଚନ୍ଦ୍ର ବାରିକଙ୍କ ନିର୍ଦ୍ଦେଶିତ, ରାଜକୁମାରଙ୍କ ସଂଗିତ ନିର୍ଦ୍ଦେଶନା ଓ ମିନତୀ ବାରିକଙ୍କ ଦ୍ୱାରା କଣ୍ଠଦାନ ସହ ଅଭିନୟରେ, ଅମୀୟ, ନିର୍ମଳ ଚୌଧୁରୀ, ସାସ୍ୱତ, ପ୍ରଫୁଲ୍ଲ, ଜଡ଼ା, ଅରବିନ୍ଦ, ନାଥିଆ, ବାବି ନାରାୟଣ, ଆଶିଶ୍, ସଂଧ୍ୟାରାଣୀ, ଉର୍ମିଳା ଇତ୍ୟାଦି ଅଭିନୟ କରିବା ସଙ୍ଗେ ସଙ୍ଗେ ନୃତ୍ୟୁଗୁରୁ ନାରାୟଣ ଓ ନାଟ୍ୟ ପରିଚାଳନା ଅମୀୟ କୁମାର ମହାପାତ୍ର ଓ ସ୍ୱରୂପାନନ୍ଦ ମହାପାତ୍ର କରିଥିଲେ। ଅନୁଷ୍ଠାନରେ ସଭାପତି ରମାକାନ୍ତ ଗାହାଣ, ନାରାୟଣ ଚନ୍ଦ୍ର ପାଢ଼ି, ପ୍ରଦ୍ୟୋତନ ସୁଆର, ଇଁ ଅଶୋକ ପ୍ରସାଦ ମହାନ୍ତି, ଅରବିନ୍ଦ ବେହେରା, ବିଜୟ ବହଳି, ଦୈବୀ ତନୟା, ବସୁମିତ୍ରା, ପଦ୍ମିନୀ, ଗାୟତ୍ରୀ ଓ ସଂଯୁକ୍ତା ମାନା ପରିଚାଳନା କରିଥିଲେ।