Odiapua.com

ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା

ହାଟଡ଼ିହି, ୧୮/୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ହାଟଡିହି ଦମକଳ କେନ୍ଦ୍ର, ଛେନାପଦି ଛକସ୍ଥିତ ବିଭିନ୍ନ ଗ୍ୟାରେଜ, ସଢ଼ା ଲକ୍ଷ୍ମୀନାରାୟଣ ରାଇସ ମିଲ, ମା ମାଧୋଇ ରାଇସ ମିଲ, ବଞ୍ଚୋଛକ, ଓଡିଶା ମୋଟର ଚାଳକ ସଂଘ ଛେନାପଦି ଶାଖା ପ୍ରଭୃତି ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ମୁର୍ତ୍ତୀ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ଦୋକାନ ଓ ଗ୍ୟାରେଜ ମାନଙ୍କରେ ବିଶ୍ୱକର୍ମା ପୂଜା କରାଯାଇଛି । ମା ମାଧୋଇ ରାଇସମିଲରେ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ପୁର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଏମ.ଡି ପର୍ଶୁରାମ ପେଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପୂଜାରେ ପ୍ରଦୀପ କୁମାର ପେଡା କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦନା କରିଥିବାବେଳେ ନରେନ୍ଦ୍ର ବେହେରା, ନରହରି ପାତ୍ର, ପ୍ରଣବ ମହାନ୍ତି, ଶରତ ଗିରି, ରଘୁନାଥ ପରିଡା, ଅର୍ଜୁନ ସାହୁଙ୍କ ସମେତ ଏ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ । ପ୍ରମୋଦ ପେଡା, ବଳରାମ ଗିରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ହାଟଡିହି ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟରେ କନିଷ୍ଠଯନ୍ତ୍ରୀ ପ୍ରମୋଦ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବିଶ୍ୱକର୍ମା ପୂଜା ମହା ଆଡମ୍ବର ସହକାରେ ସମ୍ପର୍ଣ୍ଣ ହୋଇଛି । ସଞ୍ଜୟ କୁମାର ବଳ, ଚିନ୍ମୟ କୁମାର ମିଶ୍ର, ସତ୍ୟ ରଞ୍ଜନ ରାଉତ, ସତ୍ୟଜିତ ରାଉତ, ପ୍ରତାପ ନାରାୟଣ ନନ୍ଦ, ଶୁଭବ୍ରତ ଦାସ, ସୁଶାନ୍ତ କୁମାର ପାତ୍ର, ଫୁଲ ଚନ୍ଦନ ଜେନା, ରାଜକିଶୋର ଖଣ୍ଡା, ରାଜେଶ ସାହୁ ପ୍ରମୁଖ କର୍ମଚାରୀ ମାନେ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ । ସେହିପରି ଓଡିଶା ମୋଟର ଚାଳକ ସଂଘ ଛେନାପଦିଛକ ପକ୍ଷରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । କର୍ତ୍ତା ଭାବେ ପ୍ରମୋଦ ବିଶ୍ୱାଳ ପୂଜାକାର୍ଯ୍ୟ ସମ୍ପାଦାନ କରିଥିବାବେଳେପ୍ରମୋଦ ବେହେରା, ଶଶିକାନ୍ତ ପ୍ରଧାନ, ପର୍ଶୁରାମ ନାୟକ, ଅକ୍ଷୟ ଜେନା, ରତ୍ନାକର ଦାସ, ସୁବଳ ମଲ୍ଲିକ, ରଞ୍ଜନ ବାରିକ, ରଥ ଜେନା, ଟୁଲୁ ଜେନା ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ । ସମସ୍ତ ପୁଜା ମଣ୍ଡପ ଗୁଡିକରେ କୋଭିଡ କଟକଣା ଅନୁଯାଇ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଥିଲା ।