Odiapua.com

ବିଭିନ୍ନ ସ୍ଥାନରେ ବାଗ୍‌ଦେବୀଙ୍କ ପୂଜା ପାଳିତ

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସଦର ମହକୁମାରେ ଥିବା ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ତେନ୍ତୁଲିଗଢିଆ ସ୍ଥିତ ସରକାରୀ ପଲ୍ଲୀଟକେ୍‌ନିକ୍‌, ଉଲଙ୍ଗ ଆଦର୍ଶ ବିଦ୍ୟାଳୟ, ରାମେଶ୍ୱର ମହାବିଦ୍ୟାଳୟ ରାନ୍ଦିଆ ସମେତ ବନ୍ତ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର ସରସ୍ୱତୀଙ୍କ ପୂଜାର୍ଚ୍ଚନା ପାଳିତ ହୋଇଛି । ବନ୍ତ ମହାବିଦ୍ୟାଳୟ, ଆଗରପଡ଼ା ମହାବିଦ୍ୟାଳୟ, ମହିଳା ମାଧ୍ୟମିକ ବିଦ୍ୟାଳୟ, ହରେକୃଷ୍ଣ ମହତାବ ବିଦ୍ୟାଳୟ କେନ୍ଦୁଆପଦା, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଗରପଡ଼ା, ତରାଗୋ, ଅଳାଉତି, କେନ୍ଦୁଆପଦା, ବନ୍ତ, ଟିଲୋ, କାଦବରାଙ୍ଗ, ଜନାର୍ଦ୍ଧନ ଉଚ୍ଚ ବିଦ୍ୟା ପୀଠ ସେଣ୍ଢତିରା, ନେରେରୁ ଉଚ୍ଚ ବିଦ୍ୟା ପୀଠ ଗଣିଜାଙ୍ଗ, ନିଳୋକ ଉଚ୍ଚ ବିଦ୍ୟାଳୟ, କୃଷ୍ଣଚରଣ ବିଦ୍ୟା ମନ୍ଦିର ଆଗରପଡ଼ା, ବାଳିକା ଉଚ୍ଚ ବିଦ୍ୟାଳୟ ବନ୍ତ, ସିନ୍ଦୁକେଶ୍ୱର ଉଚ୍ଚ ବିଦ୍ୟା ପୀଠ ଅଣିଜୋ, ଆଶାମଣୀ ଉଚ୍ଚ ବିଦ୍ୟା ପୀଠ କୁଣ୍ଡି ମହାନ୍ତିପଡ଼ା, କୃପାସିନ୍ଧୁ ଉଚ୍ଚ ବିଦ୍ୟାପୀଠ ଅଢାଳପଙ୍କ, ଅରଡ଼େଶ୍ୱର ଉଚ୍ଚ ବିଦ୍ୟା ପୀଠ ଆଡ଼ିଆ, ସରକାରୀ ବାଳିକା ବିଦ୍ୟାଳୟ ଆଗରପଡ଼ା, ପଞ୍ଚାୟତ ଉଚ୍ଚ ବିଦ୍ୟା ପୀଠ ବସନ୍ତିଆ, ପଞ୍ଚାୟତ ହାଇସ୍କୁଲ ପଧାନପଡ଼ା, ବଚ୍ଚପନ ଏକାଡେମିକ୍ ସ୍କୁଲ ଗଣିଜାଙ୍ଗ, ଚାରୁଚନ୍ଦ୍ର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ବନ୍ତ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଳାସଗଢିଆ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବନ୍ତ, ଆଗରପଡ଼ା, ପୁରୁଷଣ୍ଢ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୋଫାବିବି ପ୍ରାଥମିକ ବିଦ୍ୟାଳୟ, ଗୋପିନାଥଜିୟୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବରହମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ କ୍ରାକ୍ କମ୍ପ୍ୟୁଟର୍‌, ସେମୋଟିସ୍କ୍ କମ୍ପ୍ୟୁଟର୍‌, ଶ୍ରୀ ଅରବିନ୍ଦ କୁଚିଂସେଣ୍ଟର, କ୍ଲବ ଆଦିରେ ପୂଜାର୍ଚ୍ଚନା ଧୁମ୍‌ଧାମ୍‌ରେ କରାଯାଇଥିବା ବେଳେ କେତେକ ସ୍ଥାନରେ ସାଂସ୍କୃତି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଅନୁରୂପ ଭାବେ ବି.ଟି.ପୁର ଇନ୍ଦ୍ରମଣୀ ମହତାବ ଛକ ଠାରେ ମହାବୀର କ୍ଲବ ପକ୍ଷରୁ ୧୨ ବର୍ଷ ଧରି ପାଳିତ ହୋଇ ଆସୁଥିବା ସରସ୍ୱତୀ ପୂଜା ମହା ଆଡ଼ମ୍ବରରେ ପାଳନ କରାଯାଉଛି । ବିଜେପି ନେତା ସୁଧାଂଶୁ ଶେଖର ନାୟକ, ଅମୁଲ୍ୟ ରତ୍ନ ନନ୍ଦ ବିଭିନ୍ନ ପୂଜା ମଣ୍ଡପ ଗୁଡ଼ିକ ବୁଲିଥିବା ବେଳେ ଏଠାରେ ମା ଙ୍କର ଆଶିଷ ଲାଭ କରିଥିଲେ । ସନ୍ଧ୍ୟାରେ ଭଜନ ପରିବେଷଣ କରାଯାଇଛି । କ୍ଲବର ଚଣ୍ଡି ପ୍ରଶାଦ ସିଂହ, ରଞ୍ଜିତ ପ୍ରଶାଦ ସିଂହ, ବାବୁରାମ ବେହେରା, ରାଜେନ୍ଦ୍ର ସେଠୀ, ସିପୁନ ସିଂହ ପ୍ରମୁଖ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରୁଛନ୍ତି ।